ବିକ୍ଷୋଭକାରୀ ଚାଷୀଙ୍କ ବିରୋଧରେ କଠୋର ହେଲେ ସରକାର, ଜବତ ହେବ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ ୨୩।୨: ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଦାବିରେ ବିକ୍ଷୋଭ କରୁଥିବା ଚାଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକାରୀକ ସୂଚନା ମୁତାବକ ବିକ୍ଷୋଭରେ ଯୋଗଦେଇଥିବା ଚାଷୀଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଉଛି। ଏହା ଛଡା ସ୍ଥାନୀୟ ବାସିନ୍ଦାଙ୍କୁ ଚାଷୀଙ୍କ ଆନ୍ଦୋଳନ ଯୋଗୁ ସେମାନଙ୍କ କ୍ଷୟକ୍ଷତିର ସୂଚନା ମଗା ଯାଉଛି। ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ ଓ ହରିୟାଣା ସୀମାରେ ଚାଷୀମାନେ ଗତ କିଛି ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

{"id":912720,"width":843,"height":301,"sizeSlug":"full","linkDestination":"none"}

ପ୍ରଦର୍ଶନରତ ଚାଷୀଙ୍କ ଉପରେ ନିୟନ୍ତ୍ରଣ ପାଇବା ପାଇଁ ସରକାର ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଚାଷୀଙ୍କୁ ଘଉଡେଇବା ପାଇଁ ପୋଲିସ ଡ୍ରୋନ ମାଧ୍ୟମରେ ଲୁହବୁହା ବାସ୍ପ ପ୍ରୟୋଗ କରୁଛି। ଏଥିରେ ଖନୌରୀ ବର୍ଡରରେ ବିକ୍ଷୋଭକାଳରେ ପୋଲିସ ସହ ସଂଘର୍ଷରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଚାଷୀମାନେ ବିକ୍ଷୋଭକୁ ଦୁଇ ଦିନ ଅଟକାଇ ଦେଇଥିଲେ। ଏଥିରେ ଆସୁଥିବା ସୂଚନାରେ ଚାଷୀ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ପୁରା ଯୋଜନା କରି ରଖିଛନ୍ତି।

{"id":912721,"sizeSlug":"full","linkDestination":"none"}

ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ଚାଷୀ ସାଙ୍ଗରେ ସବୁ ଉପକରଣ ନେଇ ଆସିଛନ୍ତି। ଏଥିରେ ସେମାନେ ଜେସିବି ଓ ପ୍ରୋକ୍ଲିନ ସହ ଅନ୍ୟ ଯାନ ମଧ୍ୟ ସେମାନେ ସାଙ୍ଗରେ ନେଇ ଯାତ୍ରା କରୁଛନ୍ତି। ସେପଟେ ଖନୌରୀ ବର୍ଡରରେ ଯୁବ ଚାଷୀଙ୍କ ମୃତ୍ୟୁ କୁ ନେଇ ଚାଷୀ ଏବେ କ୍ରୋଧରେ। ସେପଟେ ସରକାର ଚାଷୀଙ୍କୁ ବୁଝେଇବାକୁ ମଧ୍ୟ ତାଙ୍କ ତରଫରୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏଥିରେ ସରକାର ବୁଧବାର ଚାଷୀଙ୍କ ନିମନ୍ତେ ଆଖୁ ଏମଏସପି ବୃଦ୍ଧି କରିଛନ୍ତି। ଏହା ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଚାଷୀଙ୍କୁ ଖାସ୍ ବାର୍ତ୍ତା ମଧ୍ୟ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.