ଭାରତ ସହ ଶ୍ରୀଲଙ୍କାକୁ ଯୋଡ଼ିବା ପାଇଁ ନିର୍ମାଣ ହେବ ପୋଲ, ଶେଷ ପର୍ଯ୍ୟାୟରେ ଜମି ସର୍ଭେ ପ୍ରକ୍ରିୟା

Published By : Prameya-News7 Bureau | June 17, 2024 IST

India Today

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କାର ଇତିହାସ ଓ ସମ୍ପର୍କ ବହୁତ ପୁରୁଣା। ବର୍ତ୍ତମାନ ଉଭୟ ଦେଶକୁ ସ୍ଥଳଭାଗ ସହିତ ଯୋଡିବା ପାଇଁ ଚାଲିଛି ଯୋଜନା। ସମୁଦ୍ର ଉପରେ ଏକ ହେବ ସେତୁ ନିର୍ମାଣ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରସ୍ତାବିତ ଜମି ସମ୍ପର୍କରେ ସର୍ଭେ ଶେଷ ପର୍ଯ୍ୟାୟରେ ଅଛି। 

ଶ୍ରୀଲଙ୍କା ରାଷ୍ଟ୍ରପତି ଉତ୍ତର-ପୂର୍ବ ଜିଲ୍ଲା ମନ୍ନାରରେ ବିକାଶମୂଳକ କାର୍ଯ୍ୟ ଉପରେ କହିଛନ୍ତି ଯେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଫିଜିବିଲିଟି ଷ୍ଟଡି ଶେଷ ହୋଇଛି। ଶେଷ ପର୍ଯ୍ୟାୟ ମଧ୍ୟ ଶୀଘ୍ର ଶେଷ ହେବ। ଏଥି ସହିତ ଶନିବାର ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜୁନ୍ ୨୦ରେ କଲମ୍ବୋ ଗସ୍ତ କରିବେ। ତେବେ ଭାରତ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ।

ଯଦି ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ସ୍ଥିର ହୋଇଛି ତେବେ ନୂତନ ସରକାର ଗଠନ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ଏହି ସମୟରେ ଦୁଇ ଦେଶକୁ ସଡକ ଯୋଗେ ସଂଯୋଗ ଏବଂ ପାୱାର ଗ୍ରୀଡ ସଂଯୋଗ ହେବାର ସମ୍ଭାବନା ଉପରେ ଆଲୋଚନା କରାଯିବ। 

ଜୁଲାଇ 2023ରେ ଭାରତ ଗସ୍ତ ସମୟରେ ବିକ୍ରମାସିଂଘେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେତୁର ବିକାଶ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ସେତେବେଳେ କେନ୍ଦ୍ର ସରକାର କହିଥିଲେ ଯେ ସ୍ଥଳ ଭାଗ ସଂଯୋଗ ପାଇଁ ଶ୍ରୀଲଙ୍କା ପ୍ରସ୍ତାବ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.