ବିଶ୍ୱ ଚିକିତ୍ସା ଇତିହାସରେ ପ୍ରଥମ, ଖପୁରିରେ ଲାଗିଲା ପ୍ରଥମ ଅପସ୍ମାର ଡିଭାଇସ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୦୬: ବିଶ୍ୱ ଚିକିତ୍ସା ଇତିହାସରେ ପ୍ରଥମ । ଅପସ୍ମାର ରୋଗକୁ ନିୟନ୍ତ୍ରଣ ପାଇଁ ଆସିଲା ଉପକରଣ । ୧୩ ବର୍ଷ ପିଲାର ଖପୁରୀରେ ଲାଗିଲା ଏହି ଉପକରଣ । ଡିଭାଇସ୍ ଇନଷ୍ଟଲ୍ ହେବା ପରେ ୮୦ ପ୍ରତିଶତ କମିଯାଇଛି ଅପସ୍ମାର ପ୍ରଭାବ । ରିପୋର୍ଟ ଅନୁଯାୟୀ ଉପକରଣକୁ ଲଗାଇବା ପାଇଁ ଅସ୍ତ୍ରୋପଚାର ଅକ୍ଟୋବର ୨୦୨୩ରେ ହୋଇଥିଲା ।

ଖପୁରୀରେ ଏହି ଉପକରଣ ଲଗାଯାଇଥିବା ଇଂଲଣ୍ଡର ଏହି ବାଳକର ନାଁ ଓରାନ୍ ନେଲସନ ।ତାଙ୍କର ବୟସ ୧୩ ବର୍ଷ । ଓରାନ ଲେନକ୍ସ-ଗ୍ୟାସଟ ସିଣ୍ଡ୍ରୋମରେ ପୀଡିତ ଥିଲେ ।  ଏହା ଏକ ନ୍ୟୁରୋଷ୍ଟିମ୍ୟୁଲେଟର, ଯାହା ମସ୍ତିଷ୍କର ଗଭୀରକୁ ବୈଦ୍ୟୁତିକ ସଙ୍କେତ ପଠାଏ । ଏହା ୧୩ ବର୍ଷୀୟ ଓରାନ ନୋଲସ୍‌ଙ୍କ ଦିନବେଳା ଅପସ୍ମାର ମାମଲାକୁ ୮୦ ପ୍ରତିଶତ ହ୍ରାସ କରିଛି । ଡିଭାଇସ୍‌ର ନାଁ ‘କ୍ୟାଡେଟ୍‌ ପାଇଲଟ୍‌ । 

୩ ବର୍ଷ ବୟସରେ ସେ ଏହାର ଶିକାର ହୋଇଥିଲେ । ତା’ପରଠୁ ପ୍ରତିଦିନ ୧୦-୨୦, ଏପରିକି ଶତାଧିକ ଥର ଅପସ୍ମାରର ହେଉଥିଲେ ଶିକାର । ତାଙ୍କ ମା’ ଜଷ୍ଟିନ୍‌ କହିଛନ୍ତି, ଓରାନ ଗମ୍ଭୀର ଅପସ୍ମାରର ଶିକାର ହେଉଥିଲେ । ଥରେ ସେ ପଡ଼ିଆରେ ପଡ଼ି ଭୟଙ୍କର ଭାବେ ଥରୁଥିଲେ । ଚେତା ମଧ୍ୟ ହରାଇ ଦେଇଥିଲେ । ଏହି ସମୟରେ ତାଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ । ଏ ମାମଲାରେ ତାଙ୍କୁ ଆପାତକାଳ ଔଷଧ ଆବଶ୍ୟକ ହୁଏ ।

 ୨୦୨୩ ଅକ୍ଟୋବର ମାସରେ ଓରାନଙ୍କ ମସ୍ତିଷ୍କରେ ଡିଭାଇସ୍‌ ପ୍ରତିରୋପଣ ହୋଇଥିଲା । ସର୍ଜରୀରେ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା । ୟୁନିଭର୍ସିଟି କଲେଜ ଲଣ୍ଡନ, କିଙ୍ଗ୍‌ସ କଲେଜ ହସ୍‌ପିଟାଲ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଗ୍ରେଟ୍‌ ଓର୍‌ମଣ୍ଡ ଷ୍ଟ୍ରିଟ୍‌ ହସ୍‌ପିଟାଲରେ ପରୀକ୍ଷଣ ସ୍ୱରୂପ ଏହି ଡିଭାଇସ୍‌ ପ୍ରତିରୋପଣ କରାଯାଇଛି । 

ମସ୍ତିଷ୍କରେ ବୈଦ୍ୟୁତିକ କାର୍ଯ୍ୟକଳାପର ଅସ୍ୱାଭାବିକ ସ୍ଥିତି ଯୋଗୁ ଅପସ୍ମାର ଘଟଣା ସାମ୍ନାକୁ ଆସେ । ଓରାନଙ୍କ ମସ୍ତିଷ୍କରେ ଖଞ୍ଜା ଯାଇଥିବା ଉପକରଣଟି ନିରନ୍ତର ସ୍ପନ୍ଦନ ପ୍ରବାହ ଉତ୍ପନ୍ନ କରି ଏ ପ୍ରକାର ଅସ୍ୱାଭାବିକ ସଙ୍କେତକୁ ବାଧା ଦିଏ । ୟୁନିଭର୍ସିଟି କଲେଜ ଲଣ୍ଡନ ଅନୁସାରେ, ପୁନଃଚାର୍ଜଯୋଗ୍ୟ ଏହି ଉପକରଣକୁ ଖପୁରି ଉପରେ ଲଗାଯାଇଛି । ଅପସ୍ମାର ଆକ୍ରମଣକୁ ହ୍ରାସ କରିବା ଲାଗି ଏହାକୁ ମସ୍ତିଷ୍କର ଗଭୀରରେ ଇଲେକ୍ଟ୍ରୋଡ୍‌ ସହ ସଂଲଗ୍ନ କରାଯାଇଛି । 

ଅପସ୍ମାର ପୀଡ଼ିତ ପିଲାଙ୍କ ଚିକିତ୍ସା ଲାଗି ବ୍ରିଟେନରେ ଏହା ପ୍ରଥମ ଚିକିତ୍ସକୀୟ ପରୀକ୍ଷଣ । କ୍ୟାଡେଟ୍‌କୁ ଏବେ ଲେନ୍‌ନକ୍ସ-ଗାସଟଟ୍‌ ସିଣ୍ଡ୍ରୋମ୍‌ରେ ପୀଡ଼ିତ ଆଉ ୩ ଜଣ ରୋଗୀଙ୍କଠାରେ ପ୍ରତିରୋପଣ କରାଯିବ । ତୋବେ ଅପସ୍ମାର ଓରାନ ଓ ତାଙ୍କ ପରିବାରର ଜୀବନ ବଦଳାଇ ଦେଇଥିଲା । ଏବେ ଓରାନ ଘୋଡ଼ା ଚଢୁଛନ୍ତି । ସେ ନିଜର ସ୍ୱାଧୀନତା ଫେରି ପାଇଥିବା ଦେଖି ତାଙ୍କ ପରିବାର ଖୁସି ଅଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.