ଭୁବନେଶ୍ୱର ୦୮/୦୨: ଚାଲିଛି ପ୍ରେମ ସପ୍ତାହ । ସପ୍ତାହକୁ ନେଇ ପ୍ରେମୀ ଯୁଗଳ ବେଶ ଉତ୍ସାହିତ । ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନରେ ଅର୍ଥାତ୍ ଫେବ୍ରୁଆରୀ ୭ ତାରିଖରେ ପ୍ରେମୀ ଯୁଗଳ ଗୋଲାପ ଦିବସ ପାଳନ କରିସାରିଛନ୍ତି । ସେହିପରି ଆଜି ଅର୍ଥାତ୍ ଫେବ୍ରୁଆରୀ ୮ରେ ହେଉଛି ପ୍ରପୋଜ ଡେ । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି ।
ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍ କରିବା ବହୁତ କଷ୍ଟ ହୋଇଥାଏ । ଆଜିକାଲିର ଯୁବପୀଢୀ ପ୍ରେମ କରିବାକୁ ପଛାଉନଥିବା ବେଳେ ପ୍ରେମ ନିବେଦନ କରିବାକୁ ବେଶ ଡରନ୍ତି । କାଳେ ସେ ପ୍ରେମ କରୁଥିବା ସାଥିଟି ପ୍ରେମ ନିବେଦନ ଶୁଣିଲା ପରେ ତାଙ୍କ ଠାରୁ ଦୂରେଇ ଯିବ ସେମାନଙ୍କ ମନରେ ଏମିତି ଭୟ ମଧ୍ୟ ରହିଥାଏ । ପ୍ରେମ କରିବା ତ ବହୁତ ସହଜ କିନ୍ତୁ ପ୍ରେମ ନିବେଦନ କରିବା ବହୁତ କଷ୍ଟ ହୋଇପଡେ । ଆଉ ଏମିତି ସାଥୀଙ୍କୁ ପ୍ରପୋଜ କରିବା ପାଇଁ ଅନେକ ଅଭ୍ୟାସ ମଧ୍ୟ ପିଲାମାନେ କରିଥାନ୍ତି ।
ଆଜି ଶାଶ୍ୱତ, ଚିରନ୍ତନ ପ୍ରେମର କଥା କହିବେ ପ୍ରେମୀ ଯୁଗଳ । କିଏ ଆଇ ଲଭ ୟୁ କହିବ ତ ଆଉ କିଏ ସାତ ଜନ୍ମର ସାଥି ହେବା ପାଇଁ ପ୍ରଶ୍ନ କରିବେ । କିଏ ମେସେଜ କରି କହିବେ ତ କିଏ ସାକ୍ଷାତ କରି କହିବେ । ତେଣୁ ଆଜିର ଦିନରେ ନିଜ ମନ ପସନ୍ଦର ସାଥୀକୁ ମନର କଥା କହିବାକୁ ଡେରି ନ କରି କହିଦିଅନ୍ତୁ । ପ୍ରପୋଜ ଡେରେ ପ୍ରପୋଜ କରିବାକୁ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।