ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ସଂକ୍ରମଣ ଅଞ୍ଚଳରେ ଚିକେନ୍ ନ ଖାଇବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

Published By : Prameya-News7 Bureau | August 27, 2024 IST

ଭୁବନେଶ୍ବର ୨୭।୮: ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ । ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ରାଶି ମିଳିବ । ପିପିଲି ସତ୍ୟବାଦୀ ଦୁଇଟି ସ୍ଥାନରେ ଚିହ୍ନଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି । ଏନେଇ ରାଜ୍ୟ ରାପିଡ୍ ରେସପନ୍ସ ଟିମ୍ ଓ ଜିଲ୍ଲା ରାପିଡ୍ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି । ସଚେତନତା ପାଇଁ ଘରକୁ ଘର ପାମ୍ପଲେଟ୍ ବଣ୍ଟାଯାଉଛି । ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି । 

ଏହି ଦୁଇ ସ୍ଥାନକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ଚିହ୍ନଟ ହୋଇନାହିଁ । ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ୍ ଖାଆନ୍ତୁ ନାହିଁ । ସଂକ୍ରମିତ ପକ୍ଷୀଙ୍କୁ ନବିକିବାକୁ ଫାର୍ମର ମାଲିକ ଏବଂ କାମ କରୁଥିବା କର୍ମଚାରୀଙ୍କୁ କୁହାଯାଇଛି । ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି। ଏଥି ପାଇଁ ସେମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଉଛି । ଯଦି ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ା ଯାଏ ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି ।

You Can Read:

ATM ଲୁଟ୍ ଉଦ୍ୟମ ପଣ୍ଡ, ପୋଲିସ ଗାଡି ସାଇରନ୍ ବାଜିବାରୁ ଫେରାର ହୋଇଗଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.