ଫିଲ୍ମ ଷ୍ଟାଇଲରେ ଫରିଦାବାଦରେ ଜିଏସଟି ରେଡ୍; ଘର କାନ୍ଥରୁ ବାହାରିଲା ୩ କୋଟି ନଗଦ

Published By : Prameya-News7 Bureau | April 07, 2023 IST

ଚଣ୍ଡିଗଡ଼: ଘର କାନ୍ଥରୁ ବାହାରିଲା ୩କୋଟି ଟଙ୍କା । ଏ ଖବର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ । ୨୦୧୮ ରିଲିଜ୍ ହୋଇଥିବା ଅଜୟ ଦେବଗନ ‘ରେଡ୍’ ଫିଲ୍ମର ସିକ୍ୟୁଏନ୍ସ ଭଳି ଲାଗିବ । ଫିଲ୍ମ ଷ୍ଟାଇଲରେ ରେଡ୍ କରି ଘର କାନ୍ଥରୁ ୩ କୋଟି ଟଙ୍କା ଜବତ କରାଯାଇଛି । ରେଡ୍ ଫିଲ୍ମରେ ଆୟକର ବିଭାଗ ଛାପା ମାରିଥିଲା । ହେଲେ ଏଠାରେ ଜିଏସଟି ଚଢ଼ାଉ କରିଛି । ହରିୟାଣାର ଫରିଦାବାଦରୁ ଏହି ଘଟଣା ସାମ୍ନାକୁ ଆସିଛି । ଗୁରୁବାର ବିଳମ୍ବିତ ରାତିରେ ଜିଏସଟି ଟିମ୍ ସେକ୍ଟର-୯ରେ ରହୁଥିବା ଜଣେ ଉଦ୍ୟୋଗପତିଙ୍କ ଘରେ ଛାପା ମାରିଛି । ବିନା ଇନକମ୍ ଟ୍ୟାକ୍ସ ରିର୍ଟନ ଫାଇଲ୍ କରି କମ୍ପାନୀ ଚାଲୁଥିବା ଅଭିଯୋଗ ହୋଇଥିଲା ।  

ଜିଏସଟି ବିଭାଗର ରେଡ୍ ବେଳେ ଟିମ୍ ଉଦ୍ୟୋଗପତିଙ୍କ ଘରୁ ୩କୋଟି ନଗଦ ଟଙ୍କା ଜବତ କରିଛି । ଘର କାନ୍ଥରେ ୩କୋଟି ଟଙ୍କା ଲୁଚାଇ ରଖାଯାଇଥିଲା । ଜିଏସଟି ଟିମ୍ କାନ୍ଥକୁ ଖୋଳି ବେନାମୀ ଟଙ୍କାକୁ ଆୟକର ବିଭାଗକୁ ଦେଇଛି । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲିଛି । ଉଦ୍ୟୋଗପତି ଗତ ୬ ମାସ ମଧ୍ୟରେ ଏକ ଇଣ୍ଡଷ୍ଟ୍ରି ଛିଡ଼ା କରିଛନ୍ତି । ମାଲିକ ଜିଏସଟି ଚୋରି କରିଥିବା ଅଭିଯୋଗ ପରେ ବିଭାଗ ରେଡ୍ କରିଛି ।

ସୂଚନା ଅନୁଯାୟୀ, ଉଦ୍ୟୋଗପତିଙ୍କ ଫ୍ୟାକ୍ଟ୍ରି ଜିଲ୍ଲାର ସେକ୍ଟର-୯ରେ ରହିଛି । ଏଠାରେ ହ୍ୟାଣ୍ଡ ଟୁଲ୍ ତିଆରି ହୋଇଥାଏ । ଜିଏସଟି ରେଡ୍ ସମୟରେ କମ୍ପାନୀ ମାଲିକଙ୍କ ଘର କାନ୍ଥରେ ଲୁଚାଇ ଥିବା ୩ କୋଟି ଟଙ୍କା ମିଳିଛି । ଏହି ଟଙ୍କାରୁ ଗଣିବା ପାଇଁ ବିଭାଗ ମେସିନ ମଗାଇଥିଲା । ଏହି ଜିଏସଟି ଚୋରି ଘଟଣାର ଏବେ ଯାଞ୍ଚ ଚାଲିଛି ।  

ସେକ୍ଟର-୬ରେ ରହୁଥିବା ଏହି ପଶୁ ବେପାରୀ ଉମର ମହମ୍ମଦଙ୍କ ପୁଅ ଆଶ୍ ମହମ୍ମଦ । ୨୨ ମାର୍ଚ୍ଚରେ ଆୟକର ବିଭାଗ ତାଙ୍କ ଘରେ ରେଡ୍ ମାରିଥିଲା । ଏହି ଛପାମାରୀରେ ଆଶ୍ ମହମ୍ମଦ ଜିଏସଟି ଚୋରି କରୁଥିବା ଆୟକର ବିଭାଗ ସୂଚନା ଦେଇଥିଲା । ପରେ ଜିଏସଟି ବିଭାଗ ରେଡ୍ ମାରି ଏତେ ପରିମାଣରେ ଟଙ୍କା ଜବତ୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.