ଚଣ୍ଡିଗଡ଼ ୭।୨: ପଞ୍ଜାବ ଡିଜିପି ଗୌରବ ଯାଦବ ଶୁକ୍ରବାର ୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଏସଆଇଟି ଗଠନ କରିଛନ୍ତି। ଏହି କମିଟି ଆମେରିକାରୁ ଡିପୋର୍ଟ ହୋଇଥିବା ପଞ୍ଜାବର ଯୁବକଙ୍କ ସମ୍ପର୍କରେ ମାନବ ତସ୍କରୀ ଆଙ୍ଗଲରୁ ପୁରା ମାମଲାର ଯାଞ୍ଚ କରିବ। ଯାଞ୍ଚ ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ। ଗତ ଦିନରେ ଆମେରିକା ନିଜର ବାୟୁସେନା ବିମାନରେ ସେଠାରେ ଅବୈଧ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଡିପୋର୍ଟ କରି ଦେଶକୁ ପଠାଇ ଥିଲା।
ଏହି ୪ ସଦସୀୟ ଟିମ୍ ଏଡିଜିପି ଏନଆରଆଇ ପରଭୀନ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏଥିରେ ଏଡିଜିପି( ଅନ୍ତରୀଣ ସୁରକ୍ଷା), ଆଇଜିପି ପ୍ରୋଭିଜନିଂ ଓ ଡିଆଇଜି ବର୍ଡର ରେଞ୍ଜ ଅଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ କମିଟିଙ୍କୁ ଆଇନ ଓ ତଥ୍ୟ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍ ଅବୈଧ କାମ ଓ ମାନବ ତସ୍କରୀରେ ଲିପ୍ତ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ। ଏହି କମିଟିର ଗଠନ ଆମେରିକାରେ ରହୁଥିବା ପଞ୍ଜାବର ନାଗରିକଙ୍କୁ ଡିପୋର୍ଟ କରାଯିବା ଯୋଗୁ ସୃଷ୍ଟି ହୋଇଥିବା ଅବୈଧ ପ୍ରବାସ ପ୍ରସଙ୍ଗର ଯାଞ୍ଚ ପାଇଁ କରାଯାଇଛି।
ଭାରତୀୟ ନାଗରିକଙ୍କ ଡିପୋର୍ଟ ପ୍ରସଙ୍ଗ ସଂସଦରେ ଉଠାଯାଇଥିଲା। ବିରୋଧୀ ଦଳ ଆମେରିକା ଦ୍ୱାରା ଭାରତୀୟ ନାଗରିକଙ୍କୁ ହାତଗୋଡ ବାନ୍ଧି ପଠାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅମାନବୀୟ ବ୍ୟବହାରରେ ଭାରତ ସରକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଏହି ପ୍ରଶ୍ନ ମଧ୍ୟ ଉଠାଇଥିଲେ ଯେ ଆମେରିକା ଏହି ଭାରତୀୟଙ୍କ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ କି, ସାମରିକ ବିମାନରେ ସେମାନଙ୍କୁ କାହିଁକି ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି।
ଏଥିମଧ୍ୟରେ ଖବର ଆସୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆମେରିକା ଗସ୍ତକାଳରେ ଅବୈଧ ପ୍ରବାସୀଙ୍କ ସହିତ ହେଉଥିବା ଦୁର୍ବ୍ୟବହାର ପ୍ରସଙ୍ଗ ମଧ୍ୟ ଉଠାଇବେ। ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଓ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଏହି ପ୍ରସଙ୍ଗ ଉଠାଯିବ। ପ୍ରଧାନମନ୍ତ୍ରୀ ମୋଦି ୧୨ ଅଥବା ୧୩ ଫେବୃଆରୀରେ ଆମେରିକା ଗସ୍ତରେ ଯାଇ ପାରନ୍ତି।