ମହାପ୍ରଭୁଙ୍କ ସୁନାବେଶ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ମଙ୍ଗଳବାର ଜାରି ହେବ ଟ୍ରାଫିକ ଆଡଭାଇଜରି

Published By : Prameya-News7 Bureau | July 16, 2024 IST

ପୁରୀ ୧୬: ବୁଧବାର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ତିନି ରଥ ଉପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ସୁନାବେଶ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରିଛି ପ୍ରଶାସନ । ସେବାୟତ ଓ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ କେତେବେଳେ ବେଶ ଅନୁଷ୍ଠିତ ହେବ ସେନେଇ ସୂଚନା ପ୍ରଦାନ କରାଯିବ । ମଙ୍ଗଳବାର ଟ୍ରାଫିକ ଆଡଭାଇଜରି ଜାରି କରାଯିବ । ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଯେଭଳି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ସମସ୍ତ ସେବାୟତ ନିଯୋଗ ସହ ଆଲୋଚନା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

You Can Read:

ରଥ ଉପରେ ଅଣ ସେବାୟତ ଚଢିବା ଘଟଣା : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.