ମୁମ୍ଵାଇ ୨୮।୦୨: ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ଵାନୀ । ବର୍ତ୍ତମାନ ତାଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ଖୁବ୍ ଶୀଘ୍ର ସେ ତାଙ୍କ ଲେଡିଲଭ୍ ରାଧିକା ମର୍ଚାଣ୍ଟଙ୍କ ସହ ରାଜକୀୟ ଶୈଳୀରେ ସାତଫେରା ନେବେ। ଏହି କପଲଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମ ମାର୍ଚ୍ଚ ୧-୩ ଯାଏଁ ଗୁଜୁରାଟର ଜାମନଗରରେ ଅନୁଷ୍ଠିତ ହେବ । ଏହି ସମାରୋହରେ ଭାରତ ଏବଂ ବିଦେଶରୁ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବେ। ଆନ୍ତର୍ଜାତୀୟ ନେତା ତଥା ସେଲିବ୍ରିଟିମାନେ ଅନନ୍ତ-ରାଧିକାଙ୍କୁ ଆଶୀର୍ବାଦ କରିବେ। ଏହି ଗ୍ରାଣ୍ଡ ୱେଡିଂରେ ଖାଦ୍ୟ ମେନ୍ୟୁ ମଧ୍ୟ ସ୍ୱତନ୍ତ୍ର ହେବାକୁ ଯାଉଛି ।
![कतर पीएम, सुंदर पिचाई, बिल गेट्स... अनंत अंबानी की शादी में शामिल होंगे ये मेहमान? जानिए क्या-क्या परोसे जाएंगे पकवान - Anant Ambani Radhika Merchant wedding ...](https://akm-img-a-in.tosshub.com/aajtak/images/story/202402/65dd93eb4ee3d-1---3-----------274857855-16x9.jpg?size=948:533)
ରିପୋର୍ଟ ଅନୁଯାୟୀ ଖାଦ୍ୟ ସମ୍ବନ୍ଧୀୟ ଅତିଥିମାନଙ୍କ ପସନ୍ଦ ଉପରେ ବିଶେଷ ଯତ୍ନ ନିଆଯିବ। ବିବାହର ପୂର୍ବ ଉତ୍ସବରେ ଯୋଗଦେଉଥିବା ସମସ୍ତ ଅତିଥିଙ୍କ ଦଳରୁ ସେମାନଙ୍କ ଖାଦ୍ୟ ପସନ୍ଦ ବିଷୟରେ ସୂଚନା ମାଗିଛନ୍ତି । ରିପୋର୍ଟ ଅନୁଯାୟୀ, ବିବାହ ପୂର୍ବରୁ ଇନ୍ଦୋରର ପ୍ରାୟ ୨୫ ଜଣ ରୋଷେୟାଙ୍କର ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଇନ୍ଦୋରୀ ଖାଦ୍ୟକୁ ବିଶେଷ ଗୁରୁତ୍ୱ ଦିଆଯିବ।। ଏହା ବ୍ୟତୀତ ପାର୍ସୀ, ଥାଇ, ମେକ୍ସିକାନ୍, ଜାପାନିଜ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପାନ ଏସିଆ ପ୍ୟାଲେଟ୍ ଉପରେ ଧ୍ୟାନ ଦିଆଯିବ । ତିନି ଦିନ ପାଇଁ ଅତିଥିମାନଙ୍କୁ ୨୫୦୦ ପ୍ରକାରର ଖାଦ୍ୟ ପରିବେଷଣ କରାଯିବ । ଏଥିରେ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏବଂ ମଧ୍ୟରାତ୍ରି ସ୍ନାକ୍ସ ଅନ୍ତର୍ଭୁକ୍ତ ହେବ ।
![Anant Ambani And Radhika Merchant's Engagement Had Age-Old Tradition Gol Dhana. Here's What It Is!](https://curlytales.com/wp-content/uploads/2023/01/Untitled-design-2023-01-20T131541.733.jpg)
ସୂଚନା ଅନୁଯାୟୀ, ଜଳଖିଆ ମେନୁରେ ୭୦ ଟି ଅପସନ୍ ରହିବ । ଅତିଥିମାନଙ୍କୁ ମଧ୍ୟାହ୍ନ ଭୋଜନରେ ୨୫୦ ଏବଂ ରାତ୍ରୀ ଭୋଜନରେ ୨୫୦ ପ୍ରକାରର ଖାଦ୍ୟ ସାମଗ୍ରୀ ପରିବେଷଣ କରାଯିବ । କୌଣସି ଡିସ୍ ଫଙ୍କସନ୍ ପୁନରାବୃତ୍ତି ହେବ ନାହିଁ । ପାର୍ଟି ଉପଭୋଗ କରୁଥିବା ଅତିଥିମାନଙ୍କ ପାଇଁ ମଧ୍ୟରାତ୍ରିର ସ୍ନାକ୍ସ ପାଇଁ ବ୍ୟବସ୍ଥା କରାଯିବ । ଅନନ୍ତ-ରାଧିକାଙ୍କର ଜାନୁଆରୀ ୨୦୨୩ରେ ନିର୍ବନ୍ଧ ହୋଇଥିଲା । ସେମାନଙ୍କର ବିବାହ ଗ୍ରାଣ୍ଡ ହେବ । ଅତିଥି ତାଲିକାରେ ବିଭିନ୍ନ କ୍ଷେତ୍ରର ବଡ ହସ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ମାର୍କ ଜୁକରବର୍ଗ, ବିଲ୍ ଗେଟ୍ସ, ଶାହାରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ରଜନୀକାନ୍ତ ଯୋଗଦେବାକୁ ଆଲୋଚନା ହେଉଛି। ରିହାନା, ଅରିଜିତ ସିଂ ଏବଂ ଦିଲଜିତ ଦୋସାଞ୍ଜ ବିବାହ ପୂର୍ବର ପ୍ରିୱେଡିଂରେ ଧମାଲ କରିବେ ।
wp:embed {"url":"https://www.prameyanews7.com/punjabi-music-composer-bunty-bains-shot-by-unknown-criminals/","type":"wp-embed","providerNameSlug":"prameya-news-7"}