ଭିନ୍ନ ଏକ ରୂପରେ ରାହୁଲ୍ ଦ୍ରାବିଡ୍, ବିଶ୍ୱକପ୍ ଜିତିବା ପରେ ରୋକିପାରିନଥିଲେ ନିଜ ଇମୋସନ୍

Published By : Prameya-News7 Bureau | June 30, 2024 IST

ମୁମ୍ବାଇ ୩୦।୦୬ : ଶନିବାର ରାତି ଥିଲା ରୋମାଞ୍ଚଭରା । ଭାରତୀୟ କ୍ରିକେଟ୍‌ ପାଇଁ ଥିଲା ଆଉ ଏକ ଶୁଭର ରାତି । ଦକ୍ଷିଣ ଆଫ୍ରିକାକୁ ୭ରନ୍‌ରେ ହରାଇ ୨୦୨୪ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି ରୋହିତ ବାହିନୀ । ଏହି ବିଜୟରେ ସମସ୍ତେ ମସ୍‌ଗୁଲ୍‌ ଥିବା ବେଳେ କୋଚ ରାହୁଲ୍‌ ଦ୍ରାବିଡ୍‌ ବି ଏଥିରୁ ବାଦ୍‌ ପଡିନାହାନ୍ତି । ସବୁବେଳେ ଶାନ୍ତ ସ୍ୱଭାବର ରାହୁଲ ଶେଷରେ ନିଜର ଭାବନାକୁ ଲୁଚାଇ ରଖିପାରିନଥିଲେ । ଆଉ ଟ୍ରଫି ଧରି ନିଜର ଭାବନା ପରିପ୍ରକାଶ କରିଥିଲେ । ଯାହାର ଭିଡିଓ ଦେଖିଲେ ବି ଆପଣମାନେ ଖୁସିରେ ଝୁମୁ ଯିବେ । 

ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି , ରାହୁଲ୍ ଦ୍ରାବିଡ୍‌ଙ୍କୁ ଡାକିଥିଲେ । ଷ୍ଟେଜ୍‌ ଉପରେ ରାହୁଲ୍‌ ଦ୍ରାବି଼ଡ୍ ଆସିବା ପରେ ତାଙ୍କୁ ଟ୍ରଫି ଦେଇଥିଲେ ବିରାଟ । ଆଉ ଟ୍ରଫି ପାଇ ଦ୍ରାବିଡ୍‌ ସେଲିବ୍ରେସନ୍‌ କରିଥିଲେ । ଯାହାର ଭିଡିଓ ଖୁବ୍‌ ନିଆରା ।ମିଷ୍ଟର କୁଲ୍‌ ଭାବେ ଜଣାଶୁଣା ରାହୁଲ୍‌ ଖୁବ୍‌ ଆଗ୍ରେସିଭ୍‌ ହୋଇଥିଲେ । ପୁରା ଜୋଶ୍‌ରେ କରିଥିଲେ ସେଲିବ୍ରେସନ୍‌ । 

ତେବେ ମ୍ୟାଚ୍‌ ବିଜୟ ପରେ ରାହୁଲ ଦ୍ରାବିଡ୍‌ କହିଛନ୍ତି ଯେ, କହିବାକୁ ମୋର ପାଖରେ କୌଣସି ଶବ୍ଧ ନାହିଁ । ଟିମ୍‌ ବିଜୟଠୁ ବଡ଼ ଆଉ କିଛି ନାହିଁ । ଆରମ୍ଭରୁ ୩ ଓ୍ୱିକେଟ୍‌ ହରାଇ ଏତେ ବଡ଼ ସ୍କୋର । ଆଉ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ଶେଷ ୫ ଓଭର ଥିଲା ଖୁବ୍‌ ରୋମାଞ୍ଚଭରା । କିଏ କେତେବେଳେ ଜିତିବ , ତାହା କହିବା ଅସମ୍ଭବ ଥିଲା । କିନ୍ତୁ ଆମେ ପିଲାମାନେ ଲଢିବା ଛାଡିନଥିଲେ । ଶେଷରେ ଲଢେଇ କରି ବିଜୟୀ ହେଲେ । ବିଶ୍ୱକପ୍‌ ବିଜୟୀ ପାଇଁ ଖେଳାଳି ଏବଂ ସହଯୋଗୀ ଷ୍ଟାପ୍‌ଙ୍କୁ ବି ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ଜଣେ ଖେଳାଳି ହିସାବରେ ଟ୍ରଫି ଜିତିବା ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ମୋ କ୍ୟାରିୟରରେ ତାହା ହୋଇପାରିଲାନି। ଆଉ ଏବେ ମୋତେ ଏକ ଟିମ୍‌ର କୋଚିଂ ପାଇଁ ଦାୟିତ୍ୱ ମିଳିଥିଲା । ମୁଁ ଭାଗ୍ୟଶାଳୀ ଯେ ପୁରା ଟିମ୍‌ କଠିନ୍‌ ପରିଶ୍ରମ କରି ଟ୍ରଫି ବିଜୟୀ ହୋଇଛି । ଏହା ମୋ କୋଚିଂ କ୍ୟାରିୟର ସୁଖଦ ଅନ୍ତ ବୋଲି ମୁଁ ଭାବୁଛି ।  

 

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.