ହାଥରସ୍‌ରେ ବିରୋଧୀ ଦଳ ନେତା; ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ରାହୁଲ ଗାନ୍ଧି

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ୟୁପି ହାଥରସ୍ ଦଳାଚକଟା ଘଟଣାରେ ୧୨୧ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ହାଥରସ୍ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି । ସତସଙ୍ଗ ସ୍ଥଳରେ ଯେଉଁଠି ଦେଖିବେ ଶବ ଆଉ ଶବ । ଘଟଣାସ୍ଥଳରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି ଅନେକ ଲୋକ । ତେବେ ଏଭଳି ଶୋକାକୂଳ ପରିସ୍ଥିତିରେ ହାଥରସରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସେ ମୃତକଙ୍କ ପରିବାରକୁ ଭେଟ କରି ସେମାନଙ୍କ ସମବେଦନା ଜଣାଇଛନ୍ତି । ସେହିପରି ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଆରୋଗ୍ୟକାମନା କରିଛନ୍ତି । ଏହାଛଡ଼ା ଏଭଳି ପ୍ରସଂଗ ସେ ସଂସଦରେ  ଉପସ୍ଥାପନ କରିବେ ବୋଲି କହିଛନ୍ତି ।     

ସୂଚନା ଅନୁଯାୟୀ, ଗତ ବୁଧବାର ଆତ୍ମଘୋଷିତ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଶତାଧିକ ଲୋକ ଦଳାଚକଟାରେ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ପ୍ରବଚନ ପରେ ବାବାଙ୍କ ପାଦ ଧୂଳି ଆଣିବାକୁ ଯାଇ ଏପରି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି। ସେପଟେ ଏହି ମାମଲାରେ ଆତ୍ମଘୋଷିତ ବାବା ଫେରାର୍ ହୋଇଯାଇ ଥିବାବେଳେ ତାଙ୍କୁ ସେବା ଯୋଗାଉଥିବା ୨୦ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଉକ୍ତ ବାବାଙ୍କ ନାଁରେ ଦୁଷ୍କର୍ମ ମାମଲା ସହ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ରହିଛି। ପୋଲିସ ତାଙ୍କ ସେବକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଏକ କମିଟି ଗଠନ କରାଯାଇଛି ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.