ରାଜୀବ ଗାନ୍ଧୀଙ୍କ ଜନ୍ମଦିନରେ ରାହୁଲ୍‌ଙ୍କ ଶ୍ରଦ୍ଧାଞ୍ଜଳି; କହିଲେ, ଭାରତ ପାଇଁ ଆପଣଙ୍କ ସ୍ବପ୍ନ ଏଇ ସ୍ମୃତିରେ ଉଛୁଳି ପଡୁଛି

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ 20/08 : ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଜନ୍ମ ବାର୍ଷୀକି। ଏହି ଅବସରରେ ପୁଅ ରାହୁଲ ଗାନ୍ଧୀ ରବିବାର ଦିନ ଲଦାଖର ପେଙ୍ଗୋଙ୍ଗ ସୋ ହ୍ରଦରେ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ଏକ ଭିଡିଓ ରାହୁଲ୍ ତାଙ୍କ ଟ୍ୱିଟର (ଏକ୍ସ) ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଆଉ ବାପାଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି।

wp:html /wp:html

ରାହୁଲ ଭିଡିଓରେ କ୍ୟାପସନରେ ଲେଖିଛନ୍ତି ବାପା, ଆପଣଙ୍କ ଆଖିରେ ଭାରତ ଲାଗି ଯେଉଁ ସ୍ବପ୍ନ ଥିଲା ତାହା ଏଇ ଅମୂଲ୍ୟ ସ୍ମୃତିରେ ଉଛୁଳି ପଡୁଛି। ଆପଣଙ୍କ ଲକ୍ଷ୍ୟ ହେଉଛି ମୋର ମାର୍ଗ - ପ୍ରତ୍ୟେକ ଭାରତୀୟଙ୍କ ସଂଘର୍ଷ ଏବଂ ସ୍ୱପ୍ନକୁ ବୁଝୁଛି। ଭାରତ ମା’ର  ସ୍ୱର ଶୁଣି ପାରୁଛି। ସେ ଏହି ଏହି ପୋଷ୍ଟ୍‌ରେ କ୍ୟାପସନ୍ ସହ ଭିଡିଓଟିଏ ମଧ୍ୟ ସେଆର୍ କରିଛନ୍ତି। ଏଥିରେ ସାଧାରଣ ଜନତାର ଫଟୋ ଏବଂ ରାଜୀବ ଗାନ୍ଧୀଙ୍କ ବକ୍ତବ୍ୟର ଉଦ୍ଧୃତି ରହିଛି। ସେ ଉଦ୍ଧୃତିରେ ମାନବ ସେବା‌ ଓ ଆତ୍ମନିର୍ଭର ଭାରତ ଲାଗି ତାଙ୍କର ପରିକଳ୍ପନା ରହିଛି।

wp:html /wp:html

ଏ ବିଷୟରେ ଜମ୍ମୁ ଓ କଶ୍ମୀର ପ୍ରଦେଶ କଂଗ୍ରେସ ସଭାପତି ୱିକାର୍‌ ରସୁଲ ୱାନି ଗଣମାଧ୍ୟମକୁ କହିଛନ୍ତି, ଆଜି ରାହୁଲ୍‌ ଗାନ୍ଧୀ ଏଠାରେ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ରାଜୀବ ଗାନ୍ଧୀ ଦେଶ ଲାଗି ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କୁ ସ୍ମରଣ କରିବା ଲାଗି ଆମେ ଏଠାରେ ଏକତ୍ର ହୋଇଛୁ।

wp:html /wp:html

କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ରବିବାର ସକାଳେ ଦିଲ୍ଲୀର 'ଭୀର ଭୁମି'ରେ ପହଞ୍ଚି ତାଙ୍କ ସ୍ୱାମୀ ରାଜୀବ ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଭୀର ଭୁମିରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

{"id":833212,"sizeSlug":"full","linkDestination":"none"}

Also Read- ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି, ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.