ରାଜସ୍ଥାନରେ ସୈତାନ ବାପାର ଜଘନ୍ୟ କାଣ୍ଡ, ୫ମାସର ୨ ଶିଶୁ କନ୍ୟାଙ୍କୁ ହତ୍ୟା

Published By : Prameya-News7 Bureau | March 29, 2025 IST

ରାଜସ୍ଥାନ୨୯/୩: ପୁଅ ମୋହରେ ବାପା ପାଲଟିଛି ସୈତାନ । ୫ ମାସର ୨ ଯାଆଁଳା ଝିଅଙ୍କ ଜୀବନ ନେଇଯାଇଛି । ପୋଲିସ ହତ୍ୟାକାରୀ ବାପା ଅଶୋକ କୁମାର ଯାଦବକୁ ଗିରଫ କରିଛି । ରାଜସ୍ଥାନ ଶିକାର ଜିଲ୍ଲାରୁ ଆସିଛି ଏପରି ଛାତିଥରା ଘଟଣା । ପୋଲିସର ତଥ୍ୟ ମୁତାବକ ୨୦୧୬ରେ ଅଶୋକ ଓ ଅନୀତାଙ୍କର ବିବାହ ହୋଇଥିଲା । ପୂର୍ବରୁ ଉଭୟଙ୍କର ଏକ ୫ ବର୍ଷର ଝିଅ ଅଛି । ତେବେ ୨ଟି ଯାଆଁଳା ଝିଅ ଜନ୍ମ ପରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା । କାହିଁକି ପୁଅ ହେଉନି ବୋଲି ନିର୍ଯାତନା ଦେଉଥିଲେ ପରିବାର ଲୋକ ।

ଗୁରୁବାର ରାତିରେ ବିବାଦ ଏତେ ବଢିଯାଇଥିଲା କି ୨ ନିଷ୍ପାପ ଶିଶୁଙ୍କୁ ମାରିବାକୁ ପଛାଇଲାନି ଜହ୍ଲାଦ ବାପା । ରାଗରେ ୫ମାସର ୨ ଯାଆଁଳା ଝିଅକୁ ଟେକି ତଳେ ଫିଙ୍ଗିଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ୨ ଝିଅଙ୍କର ଏପରି ଅବସ୍ଥା ଦେଖି ସହିପାରିନଥିଲେ ଅନୀତା । ବେହୋସ ହୋଇପଡିଥିଲେ । ଉଠିଲା ବେଳକୁ ଆଉ କିଛି ନଥିଲା । ୨ଝିଅଙ୍କ ମୃତଦେହକୁ ଧରି ଘରଠାରୁ ପ୍ରାୟ ୨ କିଲୋମିଟର ଦୂରକୁ ଯାଇ ମାଟିରେ ପୋତି ଦେଇଥିଲା ଜହ୍ଲାଦ ବାପା। ଅନୀତାଙ୍କ ଠାରୁ ଖବର ପାଇ ପୋଲିସ ମାଟି ଖୋଳି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ହତ୍ୟାକାରୀ ବାପା ଅଶୋକଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି । ହତ୍ୟାକାରୀ ବାପାକୁ କଠୋରରୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା

 

 

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.