ଭୁବନେଶ୍ୱର ୧୩/୦୨: ଆଇପିଏଲ୍ ପୂର୍ବରୁ ବଡ ଘୋଷଣା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୫ ପାଇଁ ନୂଆ କ୍ୟାପଟେନ୍ ନିଯୁକ୍ତ କରିଛି । ତେବେ ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି । କାରଣ ବିରାଟ କୋହଲି ନୁହେଁ ରଜତ ପାଟିଦାରଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି ।
ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା । କିନ୍ତୁ ଏବେ ଏହି ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ଦଳ ପାଟିଦାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ପାଟିଦାର ୨୦୨୧ ମସିହାରେ RCBରେ ଅଂଶ ହୋଇଥିଲେ । ସେବେଠାରୁ ସେ ଦଳରେ ରହିଆସିଛନ୍ତି ।
ଗତ ସିଜିନ୍ ଅର୍ଥାତ୍ IPL ୨୦୨୪ରେ, ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ଦଳର ଅଧିନାୟକ ଥିଲେ। କିନ୍ତୁ IPL ୨୦୨୫ ପୂର୍ବରୁ, ଦଳ ଡୁ ପ୍ଲେସିଙ୍କୁ ରିଟେନ୍ କରିନଥିଲା କିମ୍ବା ମେଗା ନିଲାମରେ ତାଙ୍କୁ ପୁଣି କିଣିନଥିଲା। ଡୁ ପ୍ଲେସିସ୍ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ। ଡୁ ପ୍ଲେସିସଙ୍କୁ ଦିଲ୍ଲୀ ୨ କୋଟି ଟଙ୍କାରେ କିଣିଛି।
ରଜତ ପାଟିଦାରଙ୍କୁ RCB ରିଟେନ୍ କରିଥିଲା:
ଆପଣଙ୍କୁ କହି ରଖୁଛୁ ଯେ IPL ୨୦୨୫ର ମେଗା ନିଲାମ ପୂର୍ବରୁ, RCB କେବଳ ତିନି ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା, ଯେଉଁଥିରେ ରଜତ ପାଟିଦାର ମଧ୍ୟ ଥିଲେ। ଦଳ ପାଟିଦାରଙ୍କୁ ୧୧ କୋଟି ଟଙ୍କାରେ ବଜାୟ ରଖିଥିଲା। ପାଟିଦାରଙ୍କ ବ୍ୟତୀତ, ACB ବିରାଟ କୋହଲି ଏବଂ ଯଶ ଦୟାଲଙ୍କୁ ବଜାୟ ରଖିଥିଲା। କୋହଲିଙ୍କୁ ୨୧ କୋଟି ଟଙ୍କା ଏବଂ ଯଶ ଦୟାଲଙ୍କୁ ୫ କୋଟି ଟଙ୍କାରେ ରିଟେନ୍ କରାଯାଇଥିଲା।
also read...
ODI ସିରିଜ୍ ଜିତିବା ପରେ ରାଗିଗଲେ କିଙ୍ଗ କୋହଲି, କାହାକୁ କାହିଁକି କହିଲେ ଏମିତି?
ପ୍ରଶଂସକମାନେ ନୂତନ ଅଧିନାୟକ ରଜତ ପାଟିଦାରଙ୍କ ସହିତ ଆଇପିଏଲ ୨୦୨୫ରେ ପ୍ରଥମ ଆଇପିଏଲ ଟାଇଟଲ ପାଇଁ ଆଶା କରିବେ। ପାଟିଦାର ଏପର୍ଯ୍ୟନ୍ତ RCB ପାଇଁ ଜଣେ ବ୍ୟାଟସମ୍ୟାନ୍ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, କିନ୍ତୁ ଏବେ ଦେଖିବା ଆକର୍ଷଣୀୟ ହେବ ଯେ ସେ ଜଣେ ଅଧିନାୟକ ଭାବରେ ଦଳ ପାଇଁ କିପରି ପ୍ରଦର୍ଶନ କରୁଛନ୍ତି।
ରଜତ ପାଟିଦାରଙ୍କ ଆଇପିଏଲ କ୍ୟାରିଅର
ରଜତ ପାଟିଦାର ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୭ଟି ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ର ୨୪ଟି ଇନିଂସରେ ସେ ୩୪.୭୩ ହାରରେ ଏବଂ ୧୫୮.୮୪ ଷ୍ଟ୍ରାଇକ୍ ରେଟ୍ରେ ୭୯୯ ରନ୍ କରିଥିଲେ। ଏହି ସମୟ ମଧ୍ୟରେ ସେ ୧ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି।