ଗଣେଷ ମଣ୍ଡପରେ ଖଣ୍ଡା ବୁଲାଇବା ଘଟଣା, ଚିଣ୍ଟୁକୁ ବାନ୍ଧିଲା ବଡ଼ଗଡ଼ ଥାନା ପୋଲିସ

Published By : Prameya-News7 Bureau | September 14, 2024 IST

ଭୁବନେଶ୍ବର ୧୪।୦୯ : ବଡ଼ଗଡ଼ ଗଣେଷ ମଣ୍ଡପରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା ଘଟଣା । ଚିଣ୍ଟୁ ଓରଫ ରାକେm ମହାନ୍ତିଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ । ରାକେଶ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବାର ସୂଚନା ମିଳିଛି । 

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ସାଂସ୍କୃତି କାର୍ଯ୍ୟକ୍ରମ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚଷା ହୋଇଥିଲା । ଯାହାକୁ କେନ୍ଦ୍ର କରି ଚିଣ୍ଟୁ ଓରଫ ରାକେଶ ମହାନ୍ତି ଏକ ଖଣ୍ଡାରେ ଅନ୍ୟ ଗୋଷ୍ଠୀର କିଛି ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଏନେଇ ବଡ଼ଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ ଚିଣ୍ଟୁକୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଚିଣ୍ଟୁ ନିକଟରୁ ଏକ ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.