ଦୁଇ କେଜି ରୂପା ଇଟା ଯିବ ଅଯୋଧ୍ୟା, ଭବ୍ୟ ରାମ ମନ୍ଦିର ପାଇଁ ସହଯୋଗ କଲେ ଓଡିଶାର କିନ୍ନର

Published By : Prameya-News7 Bureau | March 25, 2023 IST

କଟକ ୨୫।୦୩ : ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିର ପାଇଁ ଗୁଣ୍ଡୁଚି ମୂଷା ସାଜିଲେ ଓଡିଶାର କିନ୍ନର । ନିଜର ଅତ୍ୟନ୍ତ ସୀମିତ ଆୟ ସତ୍ତ୍ବେ ଓଡିଶା କିନ୍ନର ସମାଜ ରାମ ମନ୍ଦିର ତିଆରି ପାଇଁ ଦେଇଛନ୍ତି ଦୁଇ କେଜି ଓଜନର ରୂପା ଇଟା।

 କଟକର ତାରକସୀ କାରିଗର ମାନେ ଏହି ରୂପା ଇଟା ତିଆରି କରିଛନ୍ତି। ଚଣ୍ଡୀ ମନ୍ଦିର ,ଭୁବନେଶ୍ୱର ରାମ ମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କରି ଏହି ରୂପା ଇଟାକୁ ଅଯୋଧ୍ୟା ନେଇ ଯିବ ଓଡିଶା କିନ୍ନର ସମାଜ। ଓଡିଶା କିନ୍ନର ସମାଜର ଏକ ଅନନ୍ୟ ପ୍ରୟାସ କିନ୍ନର ମାନଙ୍କ ପ୍ରତି ଥିବା ସାଧାରଣ ଭାବନାକୁ ପରିଵର୍ତ୍ତନ କରିଦେଇ ପାରିବ।

କୋଭିଡ ପରେ ଅତି ଦୟନୀୟ ଭାବେ ଦିନ କାଟୁଥିଲେ କିନ୍ନର ମାନେ। ତଥାପି ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଶ୍ରଦ୍ଧା ସେମାନଙ୍କୁ ଏଭଳି ଏକ ପଦକ୍ଷେପ ନେଵାକୁ ପ୍ରେରଣା ଯୋଗାଇଥିଵା କହିଛନ୍ତି କିନ୍ନର ମାନେ। କଟକର ତାରକସୀ କାରିଗର ମାନେ ଏହି ରୂପା ଇଟାଟିକୁ ତିଆରି କରିଛନ୍ତି।

ଜଗତର ମଙ୍ଗଳ କାମନା ପାଇଁ ଏଭଳି ରୂପା ଇଟା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ପାଇଁ ତିଆରି କରାଯାଇଥିଵା କିନ୍ନର ସମାଜ କହିଛି। ରଵିଵାର ଏହି ରୂପା ଇଟାକୁ ଚଣ୍ଡୀ ମନ୍ଦିରରେ ପୂଜା କରି କଟକରେ ସାହି ପରିକ୍ରମା କରାଯିଵାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.