ରଣବୀର ଆହ୍ଲାବାଦିଆଙ୍କ ଓକିଲ ପୂର୍ବତନ ସିଜେଆଇ DY ଚନ୍ଦ୍ରଚୂଡ଼ଙ୍କ ପୁଅ, ସୁପ୍ରିମକୋର୍ଟରେ ଲଢୁଛନ୍ତି ମାମଲା

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ ୧୫।୦୨: ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ । ବର୍ତ୍ତମାନ ବିବାଦରେ ଛନ୍ଦି ହୋଇଛନ୍ତି । ସେ ଇଣ୍ଡିଆ ଗଟ୍‌ ଲାଟେଣ୍ଟ ଶୋ’ରେ ଦେଇଥିଲେ ଏକ ଆପତ୍ତିଜନକ ବୟାନ । ଯାହାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ । ରଣବୀର ଆହ୍ଲାବାଦିଆ ଶୋ’ରେ ପିତାମାତାଙ୍କୁ ନେଇ ଏକ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ, ଯାହାପରେ ସେ ଅକଡରେ ପଡିଛନ୍ତି । 

ରଣବୀର ଆହ୍ଲାବାଦିଆଙ୍କ ବୟାନ ଉପରେ ଚାରିଆଡୁ ପ୍ରତିକ୍ରିୟା ଆସୁଛି ଏବଂ ଅନେକ ରାଜ୍ୟରେ ଏଫଆଇଆର ଦାୟର କରାଯାଇଛି। ବର୍ତ୍ତମାନ ରଣବୀର ଆଲ୍ଲାହାବାଦିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଉ ତାଙ୍କ କେସ୍‌ ଲଢୁଛନ୍ତି ପୂର୍ବତନ CJI DY ଚନ୍ଦ୍ରଚୂଡ଼ଙ୍କ ପୁଅ ଆଡଭୋକେଟ୍ ଅଭିନବ ଚନ୍ଦ୍ରଚୂଡ଼ । ପିତାଙ୍କ ପରି ଅଭିନବ ମଧ୍ୟ ହାର୍ଭାର୍ଡ ଲ ସ୍କୁଲରୁ ଏଲ.ଏଲ.ଏମ କରିଛନ୍ତି ।

ଅଭିନବ ୨୦୧୪ ମସିହାରୁ ବମ୍ବେ ହାଇକୋର୍ଟରେ ଲ ପ୍ରାକ୍ଟିସ୍ କରୁଛନ୍ତି । ସେ ବିଶ୍ୱସ୍ତରୀୟ ଆଇନ ଫର୍ମରେ ଜଣେ ସହଯୋଗୀ ଓକିଲ ମଧ୍ୟ ରହିସାରିଛନ୍ତି। ସୁପ୍ରିମକୋର୍ଟ ବର୍ତ୍ତମାନ ଯାଏଁ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ କୌଣସି ଆଶ୍ୱସ୍ତି ଦେଇନାହାଁନ୍ତି । କୋର୍ଟ ଆହ୍ଲାବାଦିଆଙ୍କ ଶୀଘ୍ର ଶୁଣାଣି ଦାବିକୁ ଖାରଜ କରିଛନ୍ତି।  

ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ମାମଲାଟି ୨ କିମ୍ବା ୩ ଦିନ ମଧ୍ୟରେ ତାଲିକାଭୁକ୍ତ ହେବ । ଆସାମରେ ମଧ୍ୟ ରଣବୀରଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଏହା ସହିତ ଆଗୁଆ ଜାମିନ ପାଇଁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.