‘ମନ୍ଦ ବୁଦ୍ଧି, ମସ୍ତିଷ୍କରେ କୁତ୍ସିତତା ଭରି ରହିଛି...ଏଭଳି ବ୍ୟକ୍ତିଙ୍କୁ କିଭଳି ଶୁଣିବୁ’: ସୁପ୍ରିମକୋର୍ଟ

Published By : Prameya-News7 Bureau | February 18, 2025 IST

ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଗଳାରେ କଣ୍ଟ୍ରୋଭର୍ସି କଣ୍ଟା । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ପିତା-ମାତାଙ୍କୁ ନେଇ କଟାକ୍ଷ ଏବଂ ଅଭଦ୍ର ଟିପ୍ପଣୀ ତାଙ୍କୁ ଭାରି ପଡ଼ୁଛି । ଧୀରେ ଧୀରେ ତାଙ୍କ ପାଇଁ ମୁସ୍କିଲ୍ ବଢ଼ିବାରେ ଲାଗିଛି । ଏହି ଟିପ୍ପଣୀ ପରେ ବିଭିନ୍ନ ରାଜ୍ୟରୁ ଆହ୍ଲାବାଦିଆଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି କେସ୍‌କୁ ରଦ୍ଦ କରିବା ପାଇଁ ୟୁଟ୍ୟୁବର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି, ହେଲେ କୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି ।

ରଣବୀରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ:

ୟୁଟ୍ୟୁବରଙ୍କ ଦ୍ବାରା ଦିଆଯାଇଥିବା ବ୍ଲଗର ଟିପ୍ପଣୀକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ ବର୍ଷିଛନ୍ତି । ଅଦାଲତ କହିଛନ୍ତି, ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ କାହିଁକି ଆମେ ଶୁଣିବୁ । ରଣବୀର ଆହ୍ଲାବାଦିଆଙ୍କ ମସ୍ତିଷ୍କରେ କୁତ୍ସିତତା ଭରି ହୋଇ ରହିଛି । ତାଙ୍କ ମନରେ ଅଶ୍ଳୀଳତା ପୂର୍ଣ୍ଣ ହୋଇରହିଛି । ଲୋକପ୍ରିୟ ହେବା ମାନେ ନୁହେଁ ଆପଣ ଅଭଦ୍ର ଟିପ୍ପଣୀ ଦେବେ । ପିତାମାତାଙ୍କୁ ନେଇ ଖରାପ ଟିପ୍ପଣୀ ଦେବେ । ଏହା ଏକ ବିକୃତ ମାନସିକତାକୁ ଦର୍ଶାଉଛି । ବାପା-ମାଆଙ୍କୁ ନେଇ ଦିଆଯାଇଥିବା ଟିପ୍ପଣୀ ସମାଜକୁ ଲଜ୍ଜିତ କରୁଛି । ସୁପ୍ରିମକୋର୍ଟ ରଣବୀର ଆବେଦନର ଶୁଣାଣି କରି ଆହ୍ଲାବାଦିଆଙ୍କ ବିଦେଶଗସ୍ତ ଉପରେ ରୋକ୍ ଲଗାଇଛନ୍ତି । ବିନା ଅନୁମତି ବିଦେଶ ଯାଇପାରବେ ନାହିଁ ଏବଂ ଥାନାରେ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ରଣବୀରଙ୍କ ଗରିଫ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ।

ଣ ଥିଲା ବିବାଦ:

ସୂଚନା ଅନୁଯାୟୀ, ଷ୍ଟାଣ୍ଡଅପ୍ କେମଡିଆନ୍ ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ରଣବୀର ଆହ୍ଲାବାଦିଆ ଜଣେ ଗେଷ୍ଟ୍ ଜଜ୍ ଭାବେ ସାମିଲ୍ ହୋଇଥିଲେ । କାର୍ଯ୍ୟକ୍ରମରେ ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ପିତାମାତାଙ୍କ ଅନ୍ତରଙ୍ଗ ଜୀବନ ବାବଦରେ ପ୍ରଶ୍ନ କରିଥିଲେ । ତେବେ ରଣବୀରଙ୍କ ଅଭଦ୍ର ପ୍ରଶ୍ନ କ୍ଲିପ୍ ସୋସିଆଲ୍ ମିଡିଆରେ ତୁରନ୍ତ ଭାଇରାଲ୍ ହୋଇଯାଇଥିଲା । ଯାହାକୁ ଦେଖିବା ପରେ ଲୋକଙ୍କ ରାଗ ଚରମରେ ପହଞ୍ଚିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.