ରଣବୀରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେନି ଦୀପିକା ! ପୁଣି ଥରେ ଚର୍ଚ୍ଚାକୁ ଆସିଲା ଛାଡପତ୍ର ଖବର

Published By : Prameya-News7 Bureau | July 09, 2023 IST

ମୁମ୍ଵାଇ ୦୯।୦୭: ପୁଣି ଥରେ ଚର୍ଚ୍ଚାରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ତାଙ୍କ ଛାଡପତ୍ର ଖବର ବିଷୟରେ ସୋସିଆଲ ମିଡିଆରେ ହେଉଛି ଆଲୋଚନା। ସାଉଥ ତାରକା ପ୍ରଭାସଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପ୍ରୋଜେକ୍ଟ କେରେ କାମ କରୁଥିବା ଦୀପିକା ତାଙ୍କ ଲାଟେଷ୍ଟ ପୋଷ୍ଟ ସେୟାର କରୁଛନ୍ତି।  କିନ୍ତୁ ସ୍ୱାମୀ ରଣବୀରଙ୍କ ଜନ୍ମଦିନରେ କୌଣସି ଶୁଭେଚ୍ଛା ଜଣାଇ ନାହାଁନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Ranveer Singh showers love on wife Deepika | रणवीर सिंह ने पत्नी दीपिका  पादुकोण पर लुटाया प्यार

ଛଅ ବର୍ଷ ଡେଟିଂ ପରେ ନଭେମ୍ବର ୨୦୧୮ରେ ବିବାହ କରିଥିଲେ ରଣବୀର-ଦୀପିକା। ଦୁହେଁ ବହୁତ ଲୋକପ୍ରିୟ ମଧ୍ୟ ଅଟନ୍ତି । ଗତ କିଛି ମାସ ଧରି ଇଣ୍ଟରନେଟରେ ସେମାନଙ୍କ ସମ୍ପର୍କର ଉତ୍ଥାନ-ପତନ ବିଷୟରେ କଳ୍ପନାଜଳ୍ପନା ସାମ୍ନାକୁ ଆସୁଛି। ତେବେ ଉଭୟ ଗୁଜବକୁ ସ୍ପଷ୍ଟ କରିନାହାଁନ୍ତି। କିନ୍ତୁ ଏହିପରି ଗୁଜବ ମଧ୍ୟରେ ଦୁହେଁ ବେଳେବେଳେ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ଦୀପିକା ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନ ଥିବାରୁ ଲୋକମାନେ ପୁଣି ଛାଡପତ୍ର ବିଷୟରେ କହିବା ଆରମ୍ଭ କରିଛନ୍ତି। ୬ ଜୁଲାଇରେ ରଣବୀରଙ୍କୁ ୩୮ବର୍ଷ ହୋଇଥିଲା। ତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରିର ଲୋକମାନେ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଦୀପିକାଙ୍କ ବାର୍ତ୍ତା ଆଉ ଦେଖିବାକୁ ମିଳି ନଥିଲା ।

Deepika Padukone shares romantic pictures with husband Ranveer।  दीपिका-रणवीर की रोमांटिक तस्वीरें

ଏହି ସମୟରେ, ଗତ ଅଢେଇ ବର୍ଷ ରଣବୀରଙ୍କ କ୍ୟାରିୟର ପାଇଁ ଭଲ ନଥିଲା। ତାଙ୍କର ତିନୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫ୍ଲପ୍‌ ହୋଇଥିଲା। ଏଥିସହିତ, OTT ରେ ମୁକ୍ତିଲାଭ କରିଥିବା ଦୀପିକାଙ୍କ ଫିଲ୍ମ ଗେହରାଇୟାଁକୁ କଡ଼ା ସମାଲୋଚନା କରାଯାଇଥିବାବେଳେ । ପଠାନ ବିବାଦର ଶିକାର ହୋଇଥିଲେ ମଧ୍ୟ ହିଟ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରର ସଫଳତା ପାଇଁ ଶାହାରୁଖ ଖାନ ସମ୍ପୂର୍ଣ୍ଣ ଶ୍ରେୟ ନେଇଥିଲେ। ଏହି ସମୟରେ ରଣଭୀର ସିଂ ଏବେ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଚଳିତ ମାସରେ ମୁକ୍ତିଲାଭ କରୁଛି।

wp:embed {"url":"https://www.prameyanews7.com/anupam-kher-now-become-rabindranath-tagore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anupam-kher-now-become-rabindranath-tagore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.