ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ଦେଇଥିଲେ ବାସ୍ତବତା, ଛୋଟିଆ ପରିବାର ପାଇଁ ଆଣିଥିଲେ ‘ନାନୋ’

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦/୧୦: ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ଦେଇଥିଲେ ବାସ୍ତବତା । କୁନି ପରିବାରକୁ ଦେଖାଇଥିଲେ ବଡ ଆଶା । ଆଜ୍ଞା ହଁ ଆମେ କହୁଛି ସେହି ମହାନ ବ୍ୟକ୍ତିଙ୍କ କଥା ଯିଏ କି ମଧ୍ୟବିତ୍ତଙ୍କ ବର୍ଷାରେ ଓଦା ହେବାକୁ ସହଜରେ ଗ୍ରହଣ କରିପାରନିଥିଲେ । ଛୋଟିଆ ଆଖିରେ ଦେଖାିଇଥିଲେ ବଡ ଆଶା । ଦେଖାଇଥିଲେ ‘କୁନି କାର୍‌’ର ସ୍ୱପ୍ନ । ଆଉ ମହାନାୟକ ହିସାବରେ ଗଢି ତୋଳିଥିଲେ ନାନୋ କାର୍ । 

ନାନୋ କାର୍ ନିର୍ମାଣ କରାଇ ଦେଶରେ ଆଣିଥିଲେ ନାନୋ ବିପ୍ଳବ । ମଧ୍ୟବିତ୍ତ ଲୋକଙ୍କ ମନରେ ଭରିଦେଇଥିଲେ ଆଶା, ସାକାର କରିଥିଲେ ସେମାନଙ୍କ ଆଖିର ସ୍ୱପ୍ନକୁ । ଟାଟା ନାନୋ ପ୍ରଥମେ ଦିଲ୍ଲୀରେ ୨୦୦୮ ଅଟୋ ଏକ୍ସପୋ’ରେ ପ୍ରଦର୍ଶିତ ହୋଇଥିଲା, ଏହା ଏକ ଛୋଟ କାର ଥିଲା । ଏହା ସେହି ପରିବାରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁମାନେ ମଟରସାଇକେଲ ଦରରେ କାର କିଣିବାକୁ ଚାହୁଁଥିଲେ । 

ପରେ ୨୦୦୯ରେ ଟାଟା ମୋଟର୍ସ ‘ନାନୋ’ କାର୍ ଲଞ୍ଚ କରିଥିଲା । ନାନୋ’ କାର୍ ଥିଲା ଦେଶର ସବୁଠାରୁ ଶସ୍ତା କାର। ଏହି କାରର ମୂଲ୍ୟ ୧ ଲକ୍ଷ ଟଙ୍କା ଥିଲା । ଖବରକାଗଜଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ନାନୋ ବିଜ୍ଞାପନ କୌତୁହଳ ସୃଷ୍ଟି କରୁଥିଲା । 

ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ଏହି କାର କାରଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ନେବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା କରୁଥିଲେ । ଟାଟା ନାନୋର ମାଇଲେଜ ଲିଟର ପିଛା ପାଖାପାଖି ୨୨ରୁ ୨୪ କିଲୋମିଟର ଥିଲା । ମାନୁଆଲ ପେଟ୍ରୋଲ ଭ୍ୟାରିଏଣ୍ଟର ମାଇଲେଜ ପାଖାପାଖି ୨୩.୯ କିଲୋମିଟର ପ୍ରତି ଲିଟର ଥିଲା । 

ଅଟୋମେଟିକ ପେଟ୍ରୋଲ ଭ୍ୟାରିଏଣ୍ଟର ମାଇଲେଜ ୨୧.୯ କିଲୋମିଟର ପ୍ରତି ଲିଟର ଥିଲା । ସିଏନଜି ଭ୍ୟାରିଏଣ୍ଟର ମାଇଲେଜ ୩୬ କିଲୋମିଟର ପ୍ରତି କିଲୋଗ୍ରାମ ଥିଲା । ପ୍ରାରମ୍ଭିକ ସଫଳତା ପରେ ନାନୋ କାର ବହୁ ସମାଲୋଚନାର ଶିକାର ହୋଇଥିଲା । ଅବଶ୍ୟ କିଛି ନାନୋ କାରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିବା ପରେ ଏହାର ଉତ୍ପାଦକୁ ବନ୍ଦ କରିଦିଆଯାଇଥିଲା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.