ରତନ ଟାଟାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର, ICUରେ ଭର୍ତ୍ତି

Published By : Prameya-News7 Bureau | October 09, 2024 IST

businesstoday

ନୂଆଦିଲ୍ଲୀ: ଖ୍ୟାତାନାମା ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର। ନ୍ୟୁଜ୍ ଏଜେନ୍ସି ରୟଟର୍ସ ସୂତ୍ରରୁ ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ଅନୁଯାୟୀ, ରତନ ଟାଟା ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଦଳ ଲଗାତାର ନଜର ରଖିଛନ୍ତି। କିନ୍ତୁ ଟାଟା ଗ୍ରୁପ ପକ୍ଷରୁ ୮୬ ବର୍ଷୀୟ ରତନ ଟାଟାଙ୍କ ସ୍ଵାସ୍ଥ୍ୟକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। 

ଏହା ପୂର୍ବରୁ ଗତ ସୋମବାର ରତନ ଟାଟାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିବା ଖବର ଆସିଥିଲା। ତାଙ୍କୁକ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ଖବରକୁ ଗୁଜବ କହି ଖଣ୍ଡନ କରିଥିଲେ ରତନ ଟାଟା। ତାଙ୍କ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖା ଯାଇଥିଲା ଯେ, ଏହି ଖବର ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ମୁଁ ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ଆସିଛି। ଚିନ୍ତାର କୌଣସି ବିଷୟ ନୁହେଁ। ମୁଁ ସୁସ୍ଥ ଅଛି। ରତନ ଟାଟା ଜନତା ଓ ଗଣମାଧ୍ୟମକୁ ଭୁଲ୍ ସୂଚନା ପ୍ରଚାର ନ କରିବା ଏବଂ ଏହା ପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ ମଧ୍ୟ କରିଥିଲେ। 

ସୂଚନାଯୋଗ୍ୟ, ରତନ ଟାଟା ୨୧ ବର୍ଷ ବୟସରେ ୧୯୯୧ରେ ଅଟୋଠୁ ନେଇ ଇସ୍ପାତ ପର୍ଯ୍ୟନ୍ତ କାରବାର ସହ ଜଡ଼ିତ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ଚେୟାରମ୍ୟାନ ହେବା ପରେ ସେ ଟାଟା ଗ୍ରୁପକୁ ଏକ ନୂତନ ଶିଖରରେ ପହଞ୍ଚାଇଥିଲେ। ସେ ୨୦୧୨ ମସିହା ପର୍ଯ୍ୟନ୍ତ କମ୍ପାନିର ନେତୃତ୍ଵ ନେଇଥିଲେ। ୨୦୦୮ରେ ରତନ ଟାଟାଙ୍କୁ ସରକାରଙ୍କ ଦ୍ଵାରା ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.