ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଅଟକିଛନ୍ତି ଜଗତର ନାଥ, ସକାଳେ ପୁଣି ରଥ ଟଣା

Published By : Prameya-News7 Bureau | July 08, 2024 IST

ପୁରୀ ୦୮/୦୭: ବଡଦାଣ୍ଡରେ ଅଟକିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ରବିବାର ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ରଥ ଟଣାଯାଇଥିବାବେଳେ, ଆଜି ଗୁଣ୍ଡିଚା ଯାତ୍ରା ଅଭିମୁଖେ ଯାତ୍ରା କରିବେ ୩ ରଥ । ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନେଇ ଜନ୍ମବେଦୀକୁ କରିବେ ଯାତ୍ରା । ଏନେଇ ପୁରୀରେ ଆଗେଇ ଚାଲିଛି ପ୍ରସ୍ତୁତି । ପ୍ରଥମେ ରଥ ଉପରେ ନୀତିକାନ୍ତି କରାଯିବା ପରେ ରଥଟଣା ଆରମ୍ଭ ହେବ ।


Also Read: ଶାବର ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଯାତ୍ରା, ପହଣ୍ଡି ସହ ମହିଳା ଟାଣିଲେ ମା ସୁଭଦ୍ରାଙ୍କ ରଥ

ସୂଚନା ଥାଉକି,ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ । ରବିବାର ପାଇଁ ସରିଥିଲା ରଥଟଣା । ମରିଚିକୋଟ ଛକରେ ଅଟକିଥିଲା ବଡ ଠାକୁରଙ୍କ ରଥ । ରାଜନଅର ସମ୍ମୁଖରେ ରହିଥିଲା ଦେବୀ ସୁଭଦ୍ରାଙ୍କ ରଥ । ସିଂହଦ୍ୱାରଠାରୁ ୨ ପାଦ ଆଗକୁ ବଢିଛି ନନ୍ଦିଘୋଷ । ତେବେ ସୋମବାର ସକାଳୁ ପୁଣି ଆରମ୍ଭ ହେବ ରଥଟଣା । ରଥଯାତ୍ରା ପାଇଁ ଲୋକାରଣ୍ୟ ବଡ ଦାଣ୍ଡ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର ।

ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର। ପୁରୀରେ ଦେଶ ତଥା ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି। ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । ଆଜି ଶରଧାବାଲିରେ ପହଞ୍ଚିବେ ବୋଲି ରଥଟଣା।




  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.