RBIଙ୍କ ବଡ଼ ନିଷ୍ପତ୍ତି, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ପାଇଁ ବଢିଲା UPI ଟ୍ରାଞ୍ଜାକ୍ସନ ସୀମା, ଏବେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିହେବ ପୈଠ

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ ୮।୧୨: ଦେଶରେ ୟୁପିଆଇ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଲଗାତାର ପ୍ରୟାସରତ ଅଛନ୍ତି। ଖାସ ଏହି କାରଣରୁ  ଦେଶରେ ପ୍ରତିମାସରେ ୟୁପିଆଇ ଟ୍ରାଞ୍ଜାକ୍ସନ ହାର ବଢିବଢି ଚାଲିଛି। ଆରବିଆଇ ୟୁପିଆଇରେ ଅଫଲାଇନ ଟ୍ରାଞ୍ଜାକ୍ସନରୁ ଆରମ୍ଭ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ପ୍ରୋତ୍ସାହନ କରୁଛନ୍ତି। ଏଥିରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ମନିଟାରୀ ପଲିସି ମିଟିଂ ଘୋଷଣାରେ ହସ୍ପିଟାଲ ଓ ଶିକ୍ଷଣାନୁଷ୍ଠାନ ନିମନ୍ତେ ୟୁପିଆଇ ଟ୍ରାଞ୍ଜାକ୍ସନ ସୀମାକୁ  ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

ଆରବିଆଇଙ୍କ ଏହି ନୂଆ ନିଷ୍ପତ୍ତି ପରେ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନରେ ଏବେ ୟୁପିଆଇ ସହାୟତାରେ ଅଧିକ ପୈଠ କରିହେବ । ନୂଆ ନୀତି ଅନୁସାରେ ଏବେ ଏହି ସ୍ଥାନମାନଙ୍କରେ ପ୍ରତି ୟୁପିଆଇ ଟ୍ରାଞ୍ଜାକ୍ସନରେ ୧ ଲକ୍ଷଟଙ୍କା ସ୍ଥାନରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୈଠ କରିହେବ। ଏହି ନିଷ୍ପତ୍ତି ଯୋଗୁ ଏବେ ଏ ପ୍ରକାର ସଂସ୍ଥାମାନଙ୍କରେ ୟୁପିଆଇ ବ୍ୟବହାରକୁ ପ୍ରୋତ୍ସାହନ ମିଳିବ। ହସ୍ପିଟାଲ ବିଲ୍ ଓ ସ୍କୁଲ, କଲେଜ ଫି ଜମା କରିବାରେ ହେଉଥିବା ଅସୁବିଧା ଏବେ ଦୂର ହୋଇପାରିବ।

{"id":880228,"width":838,"height":503,"sizeSlug":"full","linkDestination":"none"}

ଆରବିଆଇଙ୍କ ମୁଦ୍ରାନୀତିରେ ରେପୋରେଟ୍ ଅନ୍ୟ ନୀତିଗତ ହାରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ସେହିପରି ଋଣ ଇଏମଆଇ ଉପରେ ମଧ୍ୟ କୌଣସି ରିହାତି ମିଳିବ ନାହିଁ। ଆରବିଆଇ ମୁଦ୍ରାନୀତିରେ ରେପୋ ହାରର କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ବ୍ୟାଙ୍କମାନଙ୍କୁ ପୂର୍ବହାରରେ ଋଣ ମିଳିବ। ଆରବିଆଇ ଲଗାତାର ଚତୁର୍ଥବାର ତାଙ୍କ ମୁଦ୍ରାନୀତିକୁ ଅପରିବର୍ତ୍ତିତ ରଖିଛନ୍ତି। ଏଣୁ ଆରବିଆଇ ଗଭର୍ଣ୍ଣର ୨୦୨୪ରେ ଦେଶର ଖୁଚୁରା ମୁଦ୍ରାସ୍ପତି ହାର ୫.୪୦ ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି।

ଆରବିଆଇ ଗତ ଅଗଷ୍ଟରେ ମୁଦ୍ରାସ୍ପତି ହାର ଅନୁମାନ ୫.୪୦ ପ୍ରତିଶତ କରିଥିଲେ। ଏଣୁ ଗତ କିଛି ସମୟ ହେଲା ଖାଦ୍ୟପଦାର୍ଥ ଦରରେ ବୃଦ୍ଧି ଦେଖାଯାଇଛି। ସେହିପରି ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ତଳଉପର ହେଉଛି। ଏହା ସତ୍ତ୍ୱେ ଆରବିଆଇ ମୁଦ୍ରାସ୍ପିତି ହାର ବୃଦ୍ଧି କରି ନାହାନ୍ତି। ତେବେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଖାଦ୍ୟପଦାର୍ଥ ମୂଲ୍ୟ ବୃଦ୍ଧି ପଛରେ ଯୋଗାଣ ଶୃଙ୍ଖଳ ସମେତ ଅନ୍ୟ କାରଣ ମଧ୍ୟ ରହିଛି। ଏଣୁ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ପିତି ଉପରେ ଆଲୋକପାତ କରି ୨୦୨୪ ତୃତୀୟ ତ୍ରୈମାସିକରେ ମୁଦ୍ରାସ୍ପିତି ୫.୬ ପ୍ରତିଶତ ଓ ଶେଷ ତ୍ରୈମାସିକରେ ୫.୨୦ ପ୍ରତିଶତ ରହିବାର ଅନୁମାନ କରିଛନ୍ତି।

RBIର ମୁଦ୍ରା ନୀତି ଘୋଷଣା; ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର, ବଢ଼ିବନି EMI

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.