ରାଉରକେଲା ୨୧।୧୧: ମଧୁବନ ରେଷ୍ଟୁରାଣ୍ଟ ସିଲ୍ । ରାଉରକେଲା ସେକ୍ଟର-୪ରେ ଥିବା ମଧୁବନ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ । ପୂର୍ବରୁ ବାରମ୍ବାର ଖାଦ୍ୟ ସୁରକ୍ଷା ବିଭାଗ ପରିଦର୍ଶନରେ ଯାଇ ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରର ସ୍ୱଚ୍ଛତା ସହ ପରିଚ୍ଛନ୍ନତା ଅବଲମ୍ବନ କରିନଥିଲା ମଧୁବନ ରେଷ୍ଟୁରାଣ୍ଟ । ପୂର୍ବରୁ ତିନି ତିନି ଥର ନୋଟିସ୍ ଦେବା ପରେ ମଧ୍ୟ ନୋଟିସ୍କୁ ବେଖାତିର କରିଥିଲା ମଧୁବନ ରେଷ୍ଟୁରାଣ୍ଟ । ଆଉ ଗୁରୁବାର ମାଜିଷ୍ଟ୍ରେଟ୍ଙ୍କ ସହ ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗର ଏକ ଟିମ୍ ମଧୁବନ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରି ୭ ଦିନ ପାଇଁ ସିଲ୍ କରିଛି । ବିଭିନ୍ନ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଖାଦ୍ୟ ନମୁନା ରିପୋର୍ଟ ଯଦି ନକରାତ୍ମକ ଆସେ ତାହେଲେ ମଧୁବନ ରେଷ୍ଟୁରାଣ୍ଟ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ।
You Can Read:
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ : ୧୦ ଅଭିଯୁକ୍ତ ଗିରଫ