ଭୁବନେଶ୍ବର ତହସିଲ ଅଚାନକ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ, ପିସି କାରବାର କଲେ ଲୋକ ଜେଲ୍ ଯିବେ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ବର ୧୮।୬: ଭୁବନେଶ୍ବର ତହସିଲ ଅଚାନକ ପରିଦର୍ଶନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ପରିଦର୍ଶନ ପରେ ସେ କହିଛନ୍ତି,  ରାଜସ୍ବ ଆଇନର ସରଳୀକରଣ କରାଯିବ।  ଲୋକ   କିଭଳି ତହସିଲ ଅଫିସରେ  ସମସ୍ତ କାମ  ଅସୁବିଧାର   ସମ୍ମୁଖୀନ ନ ହେବେ  ତା  ଉପରେ ଗୁରୁତ୍ବରୋପ କରିଛନ୍ତି । ତ୍ବରିତ ସେବା, ସରଳୀକରଣ, ଲୋକାଭିମୁଖୀ କରାଯିବ ।  ପିସି    କାରବାର ଲୋକେ ଜେଲ ଯିବେ । ନା ଖାଉଙ୍ଗା ନେ ଖାନେ ଦୁଙ୍ଗା ବୋଲି କହିଛନ୍ତି ।  ଦୁର୍ନୀତି ଅଭିଯୋଗ ଆସିଲେ ତ୍ବରିତ  କାର୍ଯ୍ୟାନୁଷ୍ଠାନ ନିଆଯିବ ।  ବିଡିଏ   ଓ ତହସିଲ ମଧ୍ୟରେ  ସମନ୍ବୟ ରହୁନି। ଯାହା ଫଳରେ ଲୋକ ଭୁବନେଶ୍ବରରେ  ହାଇରାଣ  ହରକତ ହେଉଛନ୍ତି । କିମସ ପରିବର୍ତ୍ତନରେ ଅସୁବିଧା  ରହୁଛି । ପେନାଲଟି ଦେବାକୁ ଲୋକେ ଅମଙ୍ଗ ।  ଲୋକ ଙ୍କ ସମସ୍ୟା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ  ସମାଧାନ  କରାଯିବ। କନଭରସନ ଓ  ମ୍ୟୁଟେସନ କେସ ଜିମା ପାସବୁକ, ଲିଗାଲ ହାୟର ସମସ୍ୟା ସହ ବିଭିନ୍ନ କାମର ତଦାରଖ କରିଥିଲା ।  ଏହା ସହ   ତହସିଲରେ  ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରାଯିବାକୁ  ତହସିଲଦାର  ନିର୍ଦ୍ଦେଶ ଦେଇଛନ୍ତି। ଏହି  ଅବସରରେ  ତହସିଲଦାର, ଅତିରିକ୍ତ ତହସିଲଦାର, କର୍ମଚାରୀଙ୍କ ସହ  ବହୁ ଓକିଲ ଉପସ୍ଥିତ ଥିଲେ । ଏହାସହ ଭୁବନେଶ୍ବର  ତହସିଲରେ ଥିବା ସମସ୍ୟା  ଓ   କର୍ମଚାରୀ  ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ  ଲିଖିତ ଭାବେ ମନ୍ତ୍ରୀଙ୍କ ପଠାଇବାକୁ ନର୍ଦ୍ଦେଶ ଦେଇଛନ୍ତି ।

You Can Read :

MKCG କ୍ୟାମ୍ପସକୁ ନିଶାମୁକ୍ତ ଏବଂ ଶୃଙ୍ଖଳିତ କରିବାକୁ ପଦକ୍ଷେପ, ରହିବ କେବଳ ଗୋଟିଏ ପ୍ରବେଶ ପଥ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.