ଭଦ୍ରକ/ବାରିପଦା: ଭଦ୍ରକ ଓ ବାରିପଦାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ଟ୍ରକ୍-ବାଇକ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାନ୍ଦିଆ ଫିଲ୍ମ ହଲ ସାମ୍ନା ରେ ଦୁର୍ଘଟଣା ଘଟିଛି।ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତ ଦୁଇ ଯୁବକ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଞ୍ଚଳର ବୋଲି କୁହା ଯାଉଛି। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍ ଛାଡି ଫେରାର ହୋଇଛନ୍ତି ।
ଅନ୍ୟପଟେ ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି। ବୁଲେଟକୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ବହଳଦା ବ୍ଲକ ଅଞ୍ଚଳର ବାପା ଓ ପୁଅ । ଦୁଇ ମୃତକ ବିଶୋଇ ଆଡ଼କୁ ଯାଉଥିବା ବେଳେ ବୁଲେଟକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ତଦନ୍ତ ଆରମ୍ଭ।