ବାତ୍ୟା ପରର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌, ସଂଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର ୨୫।୧୦ : ଲ୍ୟାଣ୍ଡଫଲ ପରେ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିରୋ କାଜୁଆଲିଟିରେ ସଫଳତା ପାଇଛି । ପ୍ରଶାସନିକ ତତ୍ପରତା ପାଇଁ ସଫଳତାର ସହ ବାତ୍ୟା ମୁକାବିଲା ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଲାଗି ବିଦ୍ୟୁତ୍ ସଂଯୋଗ କିଛି ସ୍ଥାନରେ ବିଚ୍ଛିନ୍ନ ହୋଇଛି।  ଗଛ ପଡି ରାସ୍ତା ଅବରୋଧ ହୋଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାସ୍ତା ସଫା ସହିତ ବିଦ୍ୟୁତ ସଂଯୋଗ କରାଯିବ। ବିମାନ ସେବା ସ୍ୱାଭାବିକ ହୋଇଛି। ସକାଳ ୯ଟାରେ ଗୋଟିଏ ବିମାନ ପହଞ୍ଚି ସାରିଛି।  ୧୬୦୦ରୁ ଅଧିକ ଗର୍ଭବତୀ ଶିଶୁ ଜନ୍ମ କରିଛନ୍ତି। ଏସ୍‌ଆର୍‌ସି କଣ୍ଟ୍ରୋଲ ରୁମରେ ସମୀକ୍ଷା କରାଯାଇଛି। ପବନର ଗତି କମୁଛି। ଗତିପଥ ବଦଳି ଅନୁଗୁଳ ଢେଙ୍କାନାଳ ଆଡକୁ ଯାଉଛି। ସେଠାକୁ ଯିବାବେଳକୁ ଏହା ଦୂର୍ବଳ ହୋଇସାରିଥିବ।  ଭଦ୍ରକ, ବାଲେଶ୍ଵର ମୟୁରଭଞ୍ଜରେ ବର୍ଷା ହେଉଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ମୋବାଇଲ୍‌ ନେଟ୍‌ଓ୍ୱର୍କ କାମ କରୁଛି। ମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ମାନେ ଜିଲ୍ଲା ଦାୟିତ୍ଵରେ ଅଛନ୍ତି। ବାତ୍ୟା ଜନିତ କୌଣସି ମୃତାହତର ଖବର ଆସିନାହିଁ। ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଘରକୁ ଫେରୁଛନ୍ତି । କେନ୍ଦ୍ରାପଡା ଆଶାକର୍ମୀଙ୍କ ଉଦାହରଣ ଦେଇ ଆଶାକର୍ମୀ ଦିଦିଙ୍କୁ ପ୍ରଶଂସା। ଗଣମାଧ୍ୟମ ମଧ୍ୟ ପ୍ରଶଂସାର ପାତ୍ର। କ୍ଷୟକ୍ଷତି ରିପୋର୍ଟ ଆବଶ୍ୟକତା ସମୟରୁ କମ୍ ସମୟରେ ଆସିବ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.