ପୁଣି କନ୍ଧମାଳ ସାଂସଦଙ୍କ ପୋଷ୍ଟର ଚିରା ଅଭିଯୋଗ, ବିରୋଧୀ କରିଥିବା କହିଲା ବିଜେପି

Published By : Prameya-News7 Bureau | October 25, 2024 IST

ବାଲିଗୁଡା ୨୫/ ୧୦: କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ପୋଷ୍ଟର ଚିରିଲା କିଏ ?  ଦୁର୍ଗା ପୂଜା ପାଇଁ ପୂର୍ତ୍ତ ବିଭାଗ ଅଫିସ ଛକରେ ଲାଗିଥିବା ସାଂସଦଙ୍କ ପୋଷ୍ଟରକୁ କେହି ଦୁର୍ବୃତ୍ତ ଚିରିଦେଇଥିବା ଅଭିଯୋଗ ହୋଇଛି । ବିରୋଧୀ ଅସହିଷ୍ଣୁ ହୋଇ ବାରମ୍ବାର ପୋଷ୍ଟର ଚିରୁଥିବା ଅଭିଯୋଗ କରିଛି ବିଜେପି । ପୂର୍ବରୁ ମଧ୍ୟ ତ୍ରିବେଦୀ ପାର୍କ ଛକ ନିକଟରେ ଦୁର୍ବୃତ୍ତମାନେ ସାଂସଦ ସୁକାନ୍ତଙ୍କ ପୋଷ୍ଟର ଚିରିଦେଇଥିଲେ । ଏନେଇ ନଗର ବିଜେପି ପକ୍ଷରୁ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ ଏଯାଏ ଦୁର୍ବୃତ୍ତଙ୍କୁ ଧରିପାରିନି । ଏବେ ପୁଣି ସାଂସଦଙ୍କ ପୋଷ୍ଟର ଚିରିବାକୁ ନେଇ ଅସନ୍ତୋଷ ବଢୁଛି । ବାଲିଗୁଡା ସହରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସିସିଟିଭି ଲଗାଯାଇଥିଲେ ମଧ୍ୟ  ଅଚଳ ହୋଇ ପଡିଥିବାରୁ ପୋଲିସ ଦୁର୍ବୃତ୍ତଙ୍କୁ ଧରିପାରୁନଥିବା ଅଭିଯୋଗ ହୋଇଛି । ସିସିଟିଭି ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ବିଜେପି ଯୁବମୋର୍ଚ୍ଚା ସଂପାଦକ ସୁଭାଶିଷ ମିଶ୍ର ପ୍ରଶାସନକୁ ଅନୁରୋଧ କରିଛନ୍ତି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.