ସୁନ୍ଦରଗଡ଼ ୨୯।୦୯ : ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଡିରହିଛି ମୃତଦେହ । ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା ଚମ୍ପାପଡ଼ା ରାସ୍ତାରେ ପଡିରହିଛି ମୃତଦେହ । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଆନ୍ଦୋଳନ ଜାରି ରହିଛି ।
ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ ଏକ ଗାଡି ଧକ୍କାରେ ସନ୍ତୋଷ ସୁନାନିଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକଙ୍କ ପକ୍ଷରୁ ଅସନ୍ତୋଷ ଦେଖାଇଥିଲେ । ଏପିରିକି କ୍ଷତିପୂରଣ ଦାବିରେ ପରିବାର ଲୋକ ରାସ୍ତାରୋକ କରିଛନ୍ତି । ୧୨ ଘଣ୍ଟାରୁ ଅଧିକ ସହ ହେବ ଧୁରୁଆଡ଼ିହି ଥାନା ଚମ୍ପାପଡ଼ା ରାସ୍ତାରେ ଆନ୍ଦୋଳନ ଜାରି ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।