ବାରଙ୍ଗ ୦୮/୦୯: ହାଇଟେକ୍ ଗୋଲେଇ ଛକ ପାଖରେ ୭ ଓ ୧୮ ନମ୍ବର ୱାର୍ଡ କର୍ପୋରେଟରଙ୍କ ଦ୍ଵାରା ରାସ୍ତା ଅବରୋଧ । ନିମ୍ନମାନର ରାସ୍ତା କାମ ପାଇଁ ରାସ୍ତା ରୋକ୍। ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୁଲିସ୍ ଫୋର୍ସ ।
ଜାତୀୟ ରାଜପଥର ରକ୍ଷଣାବେକ୍ଷଣରେ ଦାୟିତ୍ଵ ହୀନତା ଏବଂ ଏନ୍.ଏଚ.ଏ.ଆଇ. କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୈନନ୍ଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ହେଉଛି । ରାସ୍ତା ଖାଲରେ ପାଣି ଜମି ଦୁର୍ଘଟଣା ହେଉଥିବା ବେଳେ ଫ୍ଲାଏ ଓଭର କାର୍ଯ୍ୟ ସଠିକ୍ ଭାବରେ ତ୍ୱରାନ୍ୱିତ ହେଉ ନଥିବାରୁ ସ୍ଥାନୀୟ ୭ ଓ ୧୮ ନମ୍ବର ୱାର୍ଡ କର୍ପୋରେଟରଙ୍କ ଦ୍ଵାରା ରାସ୍ତା ରୋକ୍ କରାଯାଇଛି । ଫଳରେ ଶହ ଶହ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି।