କ'ଣ ୟୁବିଙ୍କ ପରି ହେବ ରୋହିତ କ୍ୟାରିୟର ? ବାରବାଟୀ ଶତକ ପରେ ଲାଗିଯିବ କି ଫର୍ମରେ ଫୁଲଷ୍ଟପ !

Published By : Prameya-News7 Bureau | February 11, 2025 IST

ନୂଆଦିଲ୍ଲୀ ୧୦/୦୨: ୮ ବର୍ଷର ପୁରୁଣା ସ୍ମୃତି ତାଜା । ଯୁବରାଜଙ୍କ ପରେ ରୋହିତ ଶର୍ମା । ଛକା, ଚଉକା ସହ ଶତକୀୟ ପାଳି । ୮ ବର୍ଷ ପୂର୍ବେ ୟୁବି, ଏବେ ରୋହିତ । ୟୁବିଙ୍କ ପରି ହୋଇଯିବ କି ରୋହିତଙ୍କ ହାଲ୍?  ସମାନ ସହର, ଷ୍ଟାଡିୟମ ବି ସମାନ । ମାହୋଲ ବି ୮ ବର୍ଷ ତଳର ସେମିତି । ସେହି ଛକା ଚଉକା, ହେଲେ ଷ୍ଟାଇଲ୍ ଟିକେ ହଟ୍‌କେ । ଫରକ ଥିଲା ଏତିକି, ବଦଳିଯାଇଥିଲେ ଖେଳାଳି । 

ସେବେ ଗର୍ଜିଥିଲା ସିକ୍ସର କିଙ୍ଗ ୟୁବିଙ୍କ ବ୍ୟାଟ୍, ଏବେ ଦମ୍ ଦେଖାଇଛନ୍ତି ହିଟ୍‌ମ୍ୟାନ୍ । ତେବେ ରେକର୍ଡରେ ଥିଲା ବି ବହୁତ ସମାନତା । ଏମିତିକି ବିପକ୍ଷ ଦଳ ବି ଥିଲେ ସମାନ । ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବାରବାଟୀରେ ଶତକ ମାରିଥିଲେ ଯୁବରାଜ ସିଂହ । ଏବେ ୨୦୨୫ରେ କଟକରେ ରୋହିତ ଶର୍ମା କରିଥିବା ଶତକର କାହାଣୀ ବି ସମାନ । ଯାହାକୁ ନେଇ ଚିନ୍ତିତ କ୍ରୀଡାପ୍ରେମୀ । 

୨୦୧୭ ପରେ କ୍ୟାରିୟରରେ ଲାଗିଥିଲା ଫୁଲଷ୍ଟପ୍ । ବାରବାଟୀରେ ୧୫୦ ରନ୍ କରିବା ପରେ ଡାଉନ୍‌ ଫଲ ହୋଇଥିଲା ୟୁବିଙ୍କ ଫର୍ମ । କଟକରେ ଇଂଲଣ୍ଡ ଏତେ ବଡ ସ୍କୋର ଖେଳିବା ପରେ ଯୁବରାଜ ସିଂହ ସେହି ବର୍ଷ ଜୁନ୍‌ରେ ଖେଳିବାକୁ ଯାଇଥିଲେ ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ସେହି ICC ଟୁର୍ଣ୍ଣାମେଣ୍ଟରେ, ତାଙ୍କ ବ୍ୟାଟ୍‌ରୁ ମିଳିଥିଲା ବାହାରିନଥିଲା ଭଲ ରନ୍ । 

ଚାମ୍ପିଅନ୍ସ ଟ୍ରଫିରେ, ଯୁବରାଜ ୫ ମ୍ୟାଚ୍ରୁ ୪ଟି ଇନିଂସରେ ୩୫ ହାରରେ ମାତ୍ର ୧୦୫ ରନ୍ କରିଥିଲେ। ଯାହାକି ଟୁର୍ଣ୍ଣାମେଣ୍ଟରେ ଥିଲା ବେଷ୍ଟ ସ୍କୋର । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା ଭାରତ । ପରେ, ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯୁବରାଜଙ୍କୁ ODI ସିରିଜରେ ସୁଯୋଗ ମିଳିଥିଲା। ଜୁନ୍ ୩୦ରେ କାରିବିଆନ ମାଟିରେ ଖେଳିଥିଲେତାଙ୍କର ଶେଷ ODI । 


ଏବେ ବାରବାଟୀରେ ଇତିହାସର ହୋଇଛି ପୁନରାବୃତ୍ତି । ସେହି ବାରବାଟୀରେ ରୋହିତ ଦେଖାଇଛନ୍ତି ଦମ୍ । ଖେଳିଛନ୍ତି ଦମ୍‌ଦାର ଶତକୀୟ ପାଳି । ଆଗକୁ ଆସୁଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଯଦି ସିରିଜ୍‌ରେ ଫର୍ମ ଖରାପ ରୁହେ ତେବେ ୟୁବିଙ୍କ ଭଳି ଅବସ୍ଥା ହୋଇପାରେ ବୋଲି ଚର୍ଚ୍ଚା । କାରଣ ପୂର୍ବରୁ ବି ଖରାପ ଫର୍ମ ନେଇ ବିସିସିଆଇ ଖପ୍ପା । ଏପରିକି ଅବସର ନେବାକୁ ଚାପ ବି ପଡିଛି । ଯୁବିଙ୍କ ପରି, ରୋହିତ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କଟକରେ ଶତକ ମାରିଛନ୍ତି। ଆଗକୁ କୌଣସି ODI ଟୁର୍ଣ୍ଣାମେଣ୍ଟ ହେବନି । ସେଥିପାଇଁ ପ୍ରଶଂସକଙ୍କ ମନରେ ଏପରି ଅନେକ ପ୍ରଶ୍ନ । 

ବାରମ୍ୱାର ଖରାଫ ଫର୍ମର ଶିକାର ହୋଇ ଆସୁଥିଲେ ରୋହିତ । ବିଜିଟିରେ ବି ଜାରି ରହିଥିଲା ଫ୍ଲପ୍ ଶୋ । ଫଳରେ ଚାରିଆଡୁ ଉଠିଥିଲା ସମାଲୋଚନାର ସ୍ୱର । ଏମିତିକି ରୋହିତଙ୍କୁ ରଣଜୀ ଖେଳିବାକୁ ଦିଆଯାଇଥିଲା ସୁଯୋଗ । କିଛି ବରିଷ୍ଠ କ୍ରିକେଟର ରୋହିତଙ୍କୁ ଅବସର ନେବାକୁ ଦେଇଥିଲେ ପରାମର୍ଶ । ଜାନୁଆରୀରେ ଲଗାତାର ଖରାପ ବ୍ୟାଟିଂ ହେତୁ ପ୍ଲେଇଂ ଇଲେଭେନରୁ ପଡିଥିଲେ ବାଦ୍ । 

ହେଲେ ଏବେ ବଦଳିଯାଇଛି ରୋହିତଙ୍କ ସମୟ । ଅସ୍ତିତ୍ୱ ଲଢେଇରେ ଜିତିଛନ୍ତି ରୋ-ହିଟ୍‌ମ୍ୟାନ୍ । ପୁରୁଣା ଫର୍ମକୁ ଫେରିଛନ୍ତି ହିଟ୍‌ମ୍ୟାନ୍ । ସମସ୍ତଙ୍କୁ କଟକରେ, ଉପଯୁକ୍ତ ଜବାବ ଦେଇଥିଲେ ରୋହିତ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ଫର୍ମକୁ ଫେରିବା ଭଲ ନିଶ୍ଚୟ । ଏବେ ଅପେକ୍ଷା କେମିତି ରହିବ ରୋହିତଙ୍କ କ୍ୟାରିୟର । 

also read...

ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ଘଟଣା, ମୁହଁ ଖୋଲିଲେ ପୂର୍ବତନ ବିଧାୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.