ରୋହିତ ଶର୍ମାଙ୍କ ଐତିହାସିକ କୀର୍ତ୍ତିମାନ, ଅଧିନାୟକ ଭାବେ କଲେ ବଡ଼ ରେକର୍ଡ, ଲିଷ୍ଟରେ ଧୋନି-ଗାଙ୍ଗୁଲି ସାମିଲ୍‌

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ ୨୮।୦୬: ଟି-୨୦ ବିଶ୍ୱକପ ୨୦୨୪ । ଶେଷ ହୋଇଛି ସେମିଫାଇନାଲ୍‌ ରେସ୍‌ । ଫାଇନାଲ୍‌ରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ୧୦ଓ୍ବିକେଟରେ ଅଲ୍‌ଆଉଟ୍ ହୋଇଥିଲେ ଇଂଲଣ୍ଡ ପ୍ଲେୟର । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଉପରେ ଭାରି ପଡିଥିଲେ ରୋହିତ ବାହିନୀ । ୨୦୨୨ର ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ । ସେମି ଫାଇନାଲ୍‌ ମ୍ୟାଚ୍‌ରେ ଫର୍ମରେ ଥିଲେ ହିଟ୍‌ମ୍ୟାନ୍‌ । 

ସେ ୫୭ ରନ୍‌ର ଖେଳିଥିଲେ ଇଂନିସ୍‌ । ଆଉ ସୃଷ୍ଟି କରିଥିଲେ ବଡ ରେକର୍ଡ । 'ହିଟମ୍ୟାନ୍'ଙ୍କ ଏହି ରେକର୍ଡ କ୍ଲବରେ ପୂର୍ବରୁ ଏମଏସ ଧୋନି, ବିରାଟ କୋହଲି, ମହମ୍ମଦ ଅଜହରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ଏହାବ୍ୟତୀତ ରୋହିତ ଟିମ୍‌ ଇଣ୍ଡିଆର  ଅଧିନାୟକ ଭାବେ କରିଛନ୍ତି ଏକ ଖାସ୍‌ କୀର୍ତ୍ତିମାନ ।  

ହିଟ୍‌ମ୍ୟାନ୍‌ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିଥିଲେ ୫୭ରନ୍‌ର ଇନିଂସ । ଏହାସହିତ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ଅଧିନାୟକ ଭାବରେ ପୂରଣ କରିଛନ୍ତି ୫୦୦୦ ଅନ୍ତର୍ଜାତୀୟ ରନ୍ । ଏହି ସଫଳତା ହାସଲ କରିଥିବା ରୋହିତ ହେଉଛନ୍ତି ଭାରତର ୫ମ ଅଧିନାୟକ। ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ସେ ୧୨୨ଟି ମ୍ୟାଚରେ ୫୦୧୩ରନ୍‌ ସଂଗ୍ରହ କରିଛନ୍ତି ।

ତାଙ୍କ ପୂର୍ବରୁ ବିରାଟ କୋହଲି, ଏମଏସ ଧୋନି, ମହମ୍ମଦ ଅଜହରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବରେ କରିସାରିଛନ୍ତି ୫ହଜାର ରନ୍‌ । ଏହି ତାଲିକାରେ ରୋହିତଙ୍କ ଆଗରେ ଅଛନ୍ତି ସୌରଭ ଗାଙ୍ଗୁଲି । ସେ ୧୯୫ଟି ମ୍ୟାଚ୍ ଖେଳି କରିଥିଲେ ୭୬୪୩ ରନ୍‌ ସ୍କୋର । ସେହିପରି ୨୨୧ଟି ମ୍ୟାଚରେ ୮ ହଜାର ୯୫ ରନ୍‌ କରି ଅଜହରୁଦ୍ଦିନ ତୃତୀୟ ସ୍ଥାନରେ ଅଛନ୍ତି ।

 ଯଦିଓ ଧୋନି ସବୁଠାରୁ ଅଧିକ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି, କିନ୍ତୁ ସେ ଅଧିକ ରନ୍ କରିଥିବା ଅଧିନାୟକ ନୁହଁନ୍ତି । କ୍ୟାପଟେନ୍‌ କୁଲ୍‌ ୩୩୨ଟି ମ୍ୟାଚରେ ୧୧ ହଜାର ୨୦୭ ରନ୍‌ କରିଛନ୍ତି । ତେବେ ଏହି ଲିଷ୍ଟର ଶୀର୍ଷରେ ରହିଛନ୍ତି ବିରାଟ କୋହଲି । କୋହଲି ଭାରତ ଅଧିନାୟକତ୍ୱ କରୁଥିବା ବେଳେ ୨୧୩ଟି ମ୍ୟାଚ୍‌ ଖେଳି ୧୨ ହଜାର ୮୮୩ ରନ୍ କରିଛନ୍ତି । 

ରୋହିତ ଶର୍ମାଙ୍କ କ୍ୟାରିଅର୍ ବିଷୟରେ କହିବାକୁ ଗଲେ ହିଟ୍‌ମ୍ୟାନ୍‌ ଏପର୍ଯ୍ୟନ୍ତ ଭାରତ ପାଇଁ ଖେଳିଛନ୍ତି ୪୭୮ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ମୋଟ  ୧୯ ହଜାର ୧୧ ଅନ୍ତର୍ଜାତୀୟ ରନ୍ ସ୍କୋର କରିଛନ୍ତି । ରୋହିତ ୧୫୭ଟି ଟି-୨୦ ମ୍ୟାଚରେ ୪୧୬୫ ରନ୍‌ ସ୍କୋର୍‌ କରିଥିଲେ । ଅନ୍ୟପକ୍ଷରେ ODI କ୍ରିକେଟରେ ସେ ୨୬୨ ମ୍ୟାଚ୍ ଖେଳିବା ବେଳେ ୧୦ ହଜାର ୭୦୯ ରନ୍‌ କରିଛନ୍ତି । ଟେଷ୍ଟ କ୍ରିକେଟରେ ରୋହିତ ୫୯ଟି ମ୍ୟାଚରେ  କରିଛନ୍ତି ମୋଟ ୪୧୩୭ ରନ୍‌ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.