ନୂଆଦିଲ୍ଲୀ: ଆଇଆଇଏମ୍ ଲକ୍ଷ୍ନୌ ଛାତ୍ରଛାତ୍ରୀଙ୍କ କମାଲ। ୫୭୦ ଛାତ୍ରଛାତ୍ରୀଙ୍କୁ ୬୦୦ ନିଯୁକ୍ତି ଅଫର। ଚଳିତ ଥର ଆଇଆଇଏମ୍ ଲକ୍ଷ୍ନୌର କ୍ୟାମ୍ପସ ପ୍ଲେସମେଣ୍ଟ ବଡ଼ ସଫଳତା ହାସଲ କରିଛି। ଏଥିରେ ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ୍ (PGP)ର ୩୯ତମ ବ୍ୟାଚ୍ ଏବଂ ଏଗ୍ରି ବିଜନେସ୍ ମ୍ୟାନେଜମେଣ୍ଟରେ ପୋଷ୍ଟଗ୍ରାଜୁଏଟ୍ ପ୍ରୋଗ୍ରାମ୍ (PGP-ABM)ର ୨୦ତମ ବ୍ୟାଚ୍ର ୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ୬୦୦ରୁ ଅଧିକ ଚାକିରି ଅଫର ମିଳିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଛାତ୍ରଛାତ୍ରୀଙ୍କୁ ଭାରତରେ ବାର୍ଷିକ ସର୍ବାଧିକ ୭୫ ଲକ୍ଷ ଟଙ୍କାର ଦରମା ପ୍ୟାକେଜ୍ ଅଫର କରାଯାଇଛି। ସେହିପରି ଅନ୍ତର୍ଜାତୀୟ ସର୍ବାଧିକ ଦରମା ଅପର ହେଉଛି ୬୫ ଲକ୍ଷ ଟଙ୍କା। ନିଯୁକ୍ତ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଫର କରାଯାଇଥିବା ବାର୍ଷିକ ଦରମାର ହାର ୩୨.୩ ଲକ୍ଷ ଟଙ୍କା ରହିଛି।
କଲେଜ କ୍ୟାମ୍ପସ୍ରେ ହୋଇଥିବା ହାଇବ୍ରିଡ୍ ପ୍ଲେସମେଣ୍ଟ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ୧୮୦ ରୁ ଅଧିକ ନିଯୁକ୍ତିଦାତା ଅଂଶଗ୍ରହଣ କରିଥିଲେ।
ପଢନ୍ତୁ- ଓଲାର ଦ୍ୱିତୀୟ ପର୍ଯ୍ୟାୟ ଛଟେଇ: ବିଭିନ୍ନ ବିଭାଗ ସହିତ ଠିକା କର୍ମଚାରୀଙ୍କୁ ବି ବିଦା କଲା କମ୍ପାନୀ
ଆକ୍ସେଞ୍ଚର୍(Accenture), ଆମାଜନ(Accenture), ବେନ୍ ଆଣ୍ଡ୍ କମ୍ପାନୀ(Bain & Company), ଡେଲୋଏଟ୍(Bain & Company), ଗୋଲ୍ଡମ୍ୟାନ୍ ସାକ୍ସ(Goldman Sachs), ମ୍ୟାକକିନ୍ସେ ଆଣ୍ଡ୍ କମ୍ପାନୀ(McKinsey & Company), ମାଇକ୍ରୋସଫ୍ଟ(Microsoft) ଏବଂ ଟାଟା ପ୍ରଶାସନିକ ସେବା(Tata Administrative Services) ଭଳି ବଡ଼ ବଡ଼ କମ୍ପାନୀ ବିଭିନ୍ନ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଥିଲେ।
ପ୍ରଥମ ଥର ପାଇଁ ନିଯୁକ୍ତି ପାଇଁ ଆଇଆଇଏମ ଆସିଥିବା କମ୍ପାନୀଙ୍କ ମଧ୍ୟରୁ ଆଥର ଏନର୍ଜି, ବିପିସିଏଲ, କ୍ରିସିଲ, ଡିବିଏସ ବ୍ୟାଙ୍କ, ଜିଏମଆର ଗ୍ରୁପ, ଏଚ୍ପିସିଏଲ, ଜେଫେରିଜ୍, ମ୍ୟାନକାଇଣ୍ଡ ଫାର୍ମା, ମାରୁତି ସୁଜୁକି, ଫୋନପେ ଏବଂ ୱାଲମାର୍ଟ ସାମିଲ ଥିଲେ। ଦେଶ ବିଦେଶର କମ୍ପାନୀ ନିଯୁକ୍ତି ଅଫର ଦେଇଥିବାରୁ ଆଇଆଇଏମ୍ର ଛାତ୍ରଛାତ୍ରୀଙ୍କୁ ଉଭୟ ଘରୋଇ ଓ ବିଦେଶରେ ଚାକିରି ମିଳିଛି।
ପଢନ୍ତୁ- କମୁଛି କି ରିଲାଏନ୍ସର ଚମକ ? ବର୍ଷ କରେ ନିବେଶକମାନେ ହରାଇଲେଣି ଏତେ କୋଟି ଟଙ୍କା
ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାଗତ ଏବଂ ବୃତ୍ତିଗତ ପୃଷ୍ଠଭୂମି ଯଥା ଫାଇନାନ୍ସ, ଆଇଟି, ପରାମର୍ଶ, ଏବଂ ବିକ୍ରୟ ଏବଂ ମାର୍କେଟିଂରୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆଇଆଇଟି, ଏନଆଇଟି, ବିଆଇଟିଏସ୍ ଏବଂ ଏସଆରସିସି ଭଳି ଶ୍ରେଷ୍ଠ ପ୍ରତିଷ୍ଠାନରୁ ସ୍ନାତକ କରିଥିଲେ। ପ୍ଲେସମେଣ୍ଟ ସଫଳତା ଆଇଆଇଏମ୍ ଲକ୍ଷ୍ନୌର ଛାତ୍ର ବ୍ୟାପାର ଏବଂ ପ୍ଲେସମେଣ୍ଟର ଅଧ୍ୟକ୍ଷା ପ୍ରଫେସର ପ୍ରିୟଙ୍କା ଶର୍ମା ଖୁସୀ ବ୍ୟକ୍ତ କରିଛନ୍ତି। ସଦ୍ୟତମ ନିଯୁକ୍ତି ଆମ ନୂଆ ପାଠ୍ୟକ୍ରମର ସଫଳତାର ପ୍ରମାଣ। ଆମେ ଆମ ଛାତ୍ରଛାତ୍ରୀଙ୍କୁ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ଦେଉଛୁ। ସେମାନେ କେବଳ କମ୍ପାନୀଗୁଡ଼ିକର ଆଶା ପୂରଣ କରିବେ ନାହିଁ ବରଂ ଦେଶର ଅର୍ଥନୀତି ମଜଭୁତ କରିବାରେ ସହଯୋଗ କରିବେ ବୋଲି ପ୍ରିୟଙ୍କା କହିଛନ୍ତି।