ନୂଆଦିଲ୍ଲୀ: ଭାରତୀୟ କରଦାତାମାନେ ବିଦେଶରେ କେତେ ଟଙ୍କା ରଖିଛନ୍ତି ଏହାର ଖୁଲାସ କରିବାକୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏକ ବିଶେଷ ଅଭିଯାନ ଚଳାଇଥିଲେ। ଏଥିରେ ୩୦ ହଜାର ଭାରତୀୟ ବିଦେଶରେ ୨୯,୨୦୮ କୋଟି ଟଙ୍କା ରଖିଛନ୍ତି ବୋଲି ଖୁଲାସା କରିଛନ୍ତି। ଅତିରିକ୍ତ ୧୦୯୦ ଟଙ୍କା ଆୟ ରହିଥିବା ଭାରତୀୟ କରଦାତମାନେ ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ତେବେ ଏଥିରେ ଜଣାପଡ଼ିଛି ଯେ ଗତ କିଛି ବର୍ଷ ମଧ୍ୟରେ ବିଦେଶରେ ଭାରତୀୟଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ସରକାରୀ ତଥ୍ୟ ଅନୁସାରେ, ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ୩୦,୧୬୧ ଭାରତୀୟଙ୍କର ବିଦେଶରେ ୨୯,୨୦୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତ ୧୦୮ ରୁ ଅଧିକ ଦେଶରୁ ଆର୍ଥିକ ତଥ୍ୟ ହାସଲ କରିଛି, ଯାହା ବିଦେଶୀ ଆକାଉଣ୍ଟ ଏବଂ ଭାରତ ବାହାରେ ଅର୍ଜିତ ଆୟ, ଯେପରିକି ସୁଧ ଏବଂ ଲାଭାଂଶ ବିଷୟରେ ସୂଚନା ଦେଇଛି।
ପଢନ୍ତୁ- ଲଣ୍ଡନରେ ଜୟଶଙ୍କର ସୁରକ୍ଷାରେ ତ୍ରୁଟି: ବ୍ରିଟେନ୍ କହିଲା, ଏଭଳି ବିଶୃଙ୍ଖଳା ଆଦୌ ଗ୍ରହଣୀୟ ନୁହେଁ
ବିଦେଶରେ ଟଙ୍କା ରଖୁ ସ୍ୱଚ୍ଛାକୃତ ଘୋଷଣା କରୁଥିବା ନାଗରିକଙ୍କ ସଂଖ୍ୟାରେ ବୃଦ୍ଧି ପାଉଛି। ବିଦେଶରେ ସମ୍ପତ୍ତି ରଖୁଥିବା କରଦାତାଙ୍କ ସଂଖ୍ୟା ୨୦୨୧-୨୨ ଆର୍ଥିକ ବର୍ଷରେ ୬୦ ହଜାର ଥିଲା। ହେଲେ ୨୦୨୪-୨୫ ଏଥିରେ ବୃଦ୍ଧି ଘଟି ୨ ଲକ୍ଷ ୩୧ ହଜାର,୪୫୨ରେ ପହଞ୍ଚିଛି। ବ୍ୟାପକ ସଚେତନତା ଅଭିଯାନ ଏବଂ ଦେଶ ବାହାରେ ପ୍ରୟାସ ଯୋଗୁ ଅଧିକ ସଂଖ୍ୟାକ ସ୍ୱଚ୍ଛାକୃତ ଭାବେ ବିଦେଶୀ ସମ୍ପତ୍ତି ଘୋଷଣା କରିଛନ୍ତି। ଫଳରେ ୨୦୨୩-୨୪ ତୁଳନାରେ ସ୍ୱେଚ୍ଛାକୃତ ଘୋଷଣାରେ ୪୫.୧୭% ବୃଦ୍ଧି ପାଇଛି।
ବିଶ୍ୱ ଆର୍ଥିକ ସ୍ୱଚ୍ଛତାରେ ଭାରତର ଭୂମିକା
ପ୍ରାରମ୍ଭରୁ କମନ୍ ରିପୋର୍ଟିଂ ଷ୍ଟାଣ୍ଡାର୍ଡ (CRS) ପ୍ରକ୍ରିୟାକୁ ଗ୍ରହଣ କରିଥିବା ଦେଶମାନଙ୍କ ମଧ୍ୟରୁ ଭାରତ ହେଉଛି ଗୋଟିଏ। ଏହି ପ୍ରକ୍ରିୟା ମାଧ୍ୟମରେ ଭାରତ ୨୦୧୮ ମସିହାରୁ ବିଭିନ୍ନ ଦେଶରୁ ଆର୍ଥିକ ସୂଚନା ହାସଲ କରିଆସୁଛି। ୧୨୫ ରୁ ଅଧିକ ଦେଶ ଆର୍ଥିକ ତଥ୍ୟର ସ୍ୱୟଂଚାଳିତ ବିନିମୟରେ ଅଂଶଗ୍ରହଣ କରନ୍ତି, ଆକାଉଣ୍ଟ, ବାଲାନ୍ସ, ଲାଭାଂଶ ଏବଂ ମୋଟ ଦେୟ ବିଷୟରେ ବିବରଣୀ ଆଦାନପ୍ରଦାନ କରନ୍ତି। ଏଥିସହିତ, ଭାରତ ମଧ୍ୟ ବୈଦେଶିକ ଆକାଉଣ୍ଟସ୍ ଟିକସ ଅନୁପାଳନ ଆଇନ (FATCA), ୨୦୧୦ ର ଆନ୍ତଃ-ସରକାରୀ ଚୁକ୍ତିନାମା ଅଧୀନରେ ଆମେରିକା ସହିତ ସମାନ ତଥ୍ୟ ଆଦାନପ୍ରଦାନ କରୁଛି।
ପଢନ୍ତୁ- ୟୁଏଇରେ ୨ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ, ‘ଦୟା ଏବଂ କ୍ଷମା’ ଆବେଦନକୁ ଖାରଜ କଲେ କୋର୍ଟ