୩ ବର୍ଷରେ ୨.୪୪ ଲକ୍ଷ ୨୦୦୦ ହଜାର ଟଙ୍କିଆ ନୋଟ୍ ବଜାରରୁ ଗାଏବ, ଜାଣନ୍ତୁ କ'ଣ କହିଲା RBI

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ: ଦେଶରେ ୨୦୦୦ ହଜାର ଟଙ୍କିଆ ନୋଟର ପ୍ରଚଳନରେ ଲଗାତାର ହ୍ରାସ ଘଟୁଛି । ଆରବିଆଇ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ନିଜର ବାର୍ଷିକ ରିପୋର୍ଟ ଜାରି କରିଛି । ଏଥିରେ ଆରବିଆଇ କହିଛି, ୨୦୨୦-୨୧ରେ ମୋଟ ନୋଟ ପ୍ରଚଳନରେ ୨୦୦୦ ଟଙ୍କିଆ ନୋଟର ଭାଗଦାରୀ ୧୭.୩ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୩.୮ ପ୍ରତିଶତ ରହିଛି।

ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ସର୍କୁଲେଟେଡ୍ ନୋଟରେ ଏହାର ଅଂଶ ହ୍ରାସ ପାଇ ୨୧୪ କୋଟି ଅର୍ଥାତ ୧.୬ ପ୍ରତିଶତ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ଯାଏ ସବୁ ମୂଲ୍ୟବର୍ଗର ନୋଟ ଗୁଡିକର ମୋଟ ସଂଖ୍ୟା ୧୩,୦୫୩ କୋଟି ଥିଲା। ଏହାର ପୂର୍ବ ବର୍ଷର ସମାନ ଅବଧିରେ ଏହି ସଂଖ୍ୟା ୧୨,୪୩୭ କୋଟି ଥିଲା। ଆରବିଆର ବାର୍ଷିକ ରିପୋର୍ଟ ଅନୁସାରେ, ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଚଳନରେ ସାମିଲ ୨୦୦୦ ଟଙ୍କିଆ ମୂଲ୍ୟବର୍ଗର ନୋଟ ସଂଖ୍ୟା ୨୭୪ କୋଟି ଟଙ୍କା ଥିଲା। ଏହି ସଂଖ୍ୟା ପ୍ରଚଳିତ ମୋଟ କରେନ୍ସି ନୋଟ ସଂଖ୍ୟାର ୨.୪ ପ୍ରତିଶତ ଥିଲା।

ଏହାପରେ ୨୦୨୧ ମାର୍ଚ୍ଚ ଯାଏଁ ପ୍ରଚଳନରେ ସାମିଲ ୨୦୦୦ ନୋଟର ସଂଖ୍ୟା ହ୍ରାସ ହୋଇ ୨୪୫ କୋଟି ଅର୍ଥାତ ଦୁଇ ପ୍ରତିଶତ ହୋଇଥିଲା। ଗତ ଆର୍ଥିକ ବର୍ଷର ଶେଷରେ ଏହି ସଂଖ୍ୟା ୨୧୪ କୋଟି ଅର୍ଥାତ ୧.୬ ପ୍ରତିଶତ ହୋଇଥିଲା।

ଯଦି ମୂଲ୍ୟ ବାବଦରେ କହିବା ତେବେ ୨୦୨୦ରେ ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ, ସବୁ ମୂଲ୍ୟବର୍ଗର ନୋଟର ମୋଟ ମୂଲ୍ୟର ୨୨.୬ ପ୍ରତିଶତ ଥିଲା। ୨୦୨୧ ମାର୍ଚ୍ଚରେ ଏହି ସଂଖ୍ୟା ହ୍ରାସ ହୋଇ ୧୭.3୩ ଏବଂ ୨୦୨୨ ମାର୍ଚ୍ଚରେ ଏହା ୧୩.୮ ପ୍ରତିଶତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୩୩୬.୩ କୋଟି ଟଙ୍କାର ୨୦୦୦ ହଜାର ନୋଟ ପ୍ରଚଳନରେ ଥିଲା ଯାହା ମୋଟ ସର୍କୁଲେସନର ୩.୨୭ ପ୍ରତିଶତ ଥିଲା ଏବଂ ମୂଲ୍ୟରେ ଏହା ୩୭.୨୬ ପ୍ରତିଶତ ଥିଲା। କିନ୍ତୁ ୨୦୨୦ ମାର୍ଚ୍ଚ ୩୧ର ସଂଖ୍ୟା ଅନୁସାରେ ୨୧୪.୨୦ କୋଟି ନୋଟ ପ୍ରଚଳନରେ ଥିଲା । ଯାହା ମୋଟ ଉପରେ ୧.୬ ପ୍ରତିଶତ ଏବଂ ମୂଲ୍ୟର ୧୩.୮ ପ୍ରତିଶତ ହୋଇଛି।

ରିପୋର୍ଟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୫୦୦ ଟଙ୍କିଆ ନୋଟର ସଂଖ୍ୟା ବୃଦ୍ଧି ପାଇଁ ୪,୫୫୪.୬୮ କୋଟି ହୋଇଛି। ପୂର୍ବ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ୩,୮୬୭.୯୦ କୋଟି ଥିଲା। ସଂଖ୍ୟା ଅନୁସାରେ ପ୍ରଚଳିତ ନୋଟରେ ସବୁଠୁ ଅଧିକ ୫୦୦ ଟଙ୍କିଆ ନୋଟ (୩୪.୯) ପ୍ରତିଶତ ଥିଲା। ଏହାପରେ ୨୧.୩ ପ୍ରତିଶତ ସହ ୧୦ ଟଙ୍କିଆ ନୋଟ ଦ୍ୱିତୀୟ ସ୍ଥାନରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.