ପୁଟିନଙ୍କ ଗର୍ବ ଭାଙ୍ଗିବେ ବିଶ୍ବର ୮୦ ଦେଶ; ୟୁକ୍ରେନ ସମର୍ଥନରେ ଶାନ୍ତି ସମ୍ମିଳନୀ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ୟୁରୋପ ଓ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ସୁଇଜରଲାଣ୍ଡରେ ଦୁଇ ଦିନିଆ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ୮୦ରୁ ଅଧିକ ଦେଶ ସାମିଲ୍ ହୋଇଥିଲେ । ଋଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଆଲୋଚନା ହୋଇଛି । ୟୁକ୍ରେନ ଅଖଣ୍ଡତାକୁ ନେଇ ଶାନ୍ତି ପ୍ରସ୍ତାବ ପାରିତ ହୋଇଥିଲା । ୨ ବର୍ଷ ହେଲା ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରାହିଛି । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । 

ତେବେ ଏହି ସମ୍ମିଳନୀରେ କୌଣସି ବିକଶିତ ଦେଶ ସାମିଲ୍ ହୋଇନଥିଲେ । ଋଷ୍ ମଧ୍ୟରେ ଶାନ୍ତି ବୁଝାମଣା ବୈଠକରେ ସାମିଲ୍ ହୋଇନଥିଲା । ୨ ବର୍ଷ ହେଲା ଯୁଦ୍ଧ ଲାଗି ରହିଥିବାରୁ ୟୁକ୍ରେନକୁ ପରମାଣୁ ସୁରକ୍ଷା, କଏଦୀମାନଙ୍କୁ ଆଦାନ ପ୍ରଦାନ ଏବଂ ଖାଦ୍ୟ ସାମଗ୍ରୀ ରପ୍ତାନୀ ମୁଦ୍ଦା ଉପରେ ଚର୍ଚ୍ଚା ହୋଇଥିଲା । ସୋମାଲିଆ ଏବଂ କେନିଆ ଭଳି ଦେଶ ଏହି ଶାନ୍ତି ସାମ୍ମିଳନୀରେ ସାମିଲ୍ ହୋଇ କିପରି ଯୁଦ୍ଧ ବନ୍ଦ କରିବେ ନିଜ ନିଜର ମତପୋଷଣ କରିଥିଲେ ।   

ୟୁକ୍ରେନ ଏକ ଚତୁର୍ଥାଂଶ ଜାଗା ଋଷ କବଜାରେ ରହିଛି । ଏହି ସମ୍ମିଳନୀରେ ଅନେକ ଦେଶ ବିଶ୍ବାସ ରଖିଥିଲେ ଯେ, ଋଷ୍ ବୈଠକରେ ଭାଗ ନେଇ ୟୁକ୍ରେନ ସମ୍ମାନ କରି ଯୁଦ୍ଧ ବନ୍ଦ ନେଇ ସହମତି ପ୍ରଦାନ କରିବ । ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାଇମନ ହାରିସ୍ କହିଛନ୍ତି, ବିୈଶ୍ବିକ ବ୍ୟବସ୍ଥା ଆଡ଼କୁ ଫେରିବା ତେବେ ଆଜି ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଆମେ ଯେଉଁ ସ୍ବତନ୍ତ୍ରତାର ଆନନ୍ଦ ନେଉଛୁ, ପରବର୍ତ୍ତୀ ସମୟରେ ସେହି ଦେଶ ଗମ୍ଭୀର ସମସ୍ୟାରେ ପଡ଼ିବ । 

ହ୍ବାଇଟ୍ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିବାନ କହିଛନ୍ତି, ବିଶ୍ବରେ ଶାନ୍ତି ସ୍ଥାପନା ପାଇଁ ଆମକୁ କାମ କରିବାକୁ ହେବ ଏବଂ କତର ଭଳି ଦେଶମାନଙ୍କୁ ଆଗକୁ ଆସିବାକୁ ହେବ । ଏହାଛଡ଼ା ସେ କହିଛନ୍ତି, ଋଷ୍ ଯାହା କରୁଛି, ସେସବୁ ନିନ୍ଦନୀୟ । ୟୁକ୍ରେନ୍ କହିବା ଅନୁଯାୟୀ, ପ୍ରାୟ ୧୯ ହଜାରରୁ ଅଧିକ ଛୋଟ ପିଲା ଜବରଦସ୍ତ ବିସ୍ଥାପିତ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.