ମୁମ୍ଵାଇ ୨୯।୦୧; ବଲିଉଡ ଅଭିନେତା ସୈଫ ଅଲି ଖାନ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ସୈଫ ଅଲି ଖାନଙ୍କ ଉପରେ ଛୁରାମାଡ ହୋଇଥିଲା। ସୈଫଙ୍କ ଉପରେ ଆକ୍ରମଣ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସୈଫ ଡାକ୍ତରଖାନାରୁ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ଅଭିନେତା ତାଙ୍କର ଏବଂ ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ ଥିବା ଜଣାପଡିଛି। ସୁରକ୍ଷାକୁ ନେଇ ଏପର୍ଯ୍ୟନ୍ତ ଅନେକ ବଡ ପଦକ୍ଷେପ ନେଇଛନ୍ତି। ଏବେ ସେ ମଧ୍ୟ ତାଙ୍କ ଘରକୁ ସୁରକ୍ଷିତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଅଭିନେତାଙ୍କ ଉପରେ ଆକ୍ରମଣ ପରେ ତାଙ୍କ ପ୍ରଶଂସକମାନେ ବହୁତ ବିବ୍ରତ ଥିବା ଜଣାପଡିଛି। ସୈଫଙ୍କ ସୁରକ୍ଷାକୁ ନେଇ ଲୋକମାନେ ମଧ୍ୟ ଚିନ୍ତିତ ଥିବା ପରି ମନେ ହେଉଥିଲା। ଅଭିନେତା ତାଙ୍କ ଘରକୁ ସୁରକ୍ଷିତ ରଖିବା ପାଇଁ ବାଲକୋନି ଫେସିଂ ତାର ଲଗାଉଛନ୍ତି। ଫେସିଂ ତାର ସହିତ ପୁରା ବାଲକୋନିକୁ କଭର କରାଯାଇଛି । ସୈଫଙ୍କ ଘର ସହ ଜଡିତ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଜାନୁଆରୀ ୧୬ରେ, ଆକ୍ରମଣକାରୀମାନେ ଏକାଦଶ ମହଲାରେ ସୈଫଙ୍କ ଘରେ ପ୍ରବେଶ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ପରିବାରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଆକ୍ରମଣର ଶୀକାର ହୋଇଥିଲେ ସୈଫ । ଆକ୍ରମଣ କରିଥିବା ଶରୀଫୁଲ୍କୁ ପୋଲିସ ଗିରଫ କରିଛି ଏବଂ ତାକୁ ଏବେ ପଚରାଉଚରା ମଧ୍ୟ କରାଯାଉଛି। ଏହି ମାମଲାରେ ସୈଫଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି।