ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ରାହୁଲ ରୟଙ୍କ ହସ୍ପିଟାଲ ବିଲ୍‌ ଭରିଥିଲେ ଭାଇଜାନ୍‌, କହିଲେ-ହୃଦୟର ସହ ତାଙ୍କୁ ଧନ୍ୟବାଦ

Published By : Prameya-News7 Bureau | July 16, 2023 IST

ମୁମ୍ଵାଇ ୧୬।୦୭: ୨୦୨୦ ଅଭିନେତା ରାହୁଲ ରୟ ଅପ୍‌କମିଙ୍ଗ ଫିଲ୍ମ ‘ଏଲ୍‌ଏସି: ଲିଭ୍‌ ଦ ବ୍ୟାଟେଲ୍‌ ଇନ୍‌  କାର୍ଗିଲ’ର ସୁଟିଂ କରୁଥିଲେ । ଏତିକିବେଳେ ସେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଲେ । କାର୍ଗିଲର ଜଟିଳ  ପାଣିପାଗ ଯୋଗୁ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା । ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ବିମାନ  ଯୋଗେ ଶ୍ରୀନଗରରୁ ପ୍ରଥମେ ୱକ୍‌ହାର୍ଡଟ ହସ୍‌ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ତାଙ୍କ ମସ୍ତିଷ୍କ  ଓ ହୃତ୍‌ପିଣ୍ଡର ଆନ୍‌ଜିଓଗ୍ରାଫି କରାଗଲା । ତା’ପରେ ତାଙ୍କୁ ମୁମ୍ବାଇର ନାନାବତୀ ସହ୍‌ପିଟାଲରେ  ଭର୍ତ୍ତି କରାଗଲା । ଏକ ସଦ୍ୟ ସାକ୍ଷାତକାରରେ ରାହୁଲଙ୍କ ଭଉଣୀ କହିଛନ୍ତି, ରାହୁଲ ଚିକିତ୍ସା  ଲାଗି ମେଡିକାଲରେ ଦେଢ଼ ମାସ ଧରି ରହିଥିଲେ ।  ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ହସ୍‌ପିଟାଲ୍‌ରେ  ତାଙ୍କର ବକେୟା ବିଲ୍‌ ଭରିଥିଲେ ବଲିଉଡ୍‌ର  ଭାଇଜାନ୍‌ ସଲମାନ ଖାନ୍‌ ।

ଏଥିପାଇଁ ପ୍ରିୟଙ୍କା ସଲ୍ଲୁଙ୍କୁ  ଧନ୍ୟବାଦ ଦେଇଛନ୍ତି । ସେତିକି ନୁହେଁ, ସଲ୍ଲୁ ରାହୁଲଙ୍କୁ ଅନ୍ୟ କୌଣସି  ସାହାଯ୍ୟ ଆବଶ୍ୟକ  ହେଲେ ଜଣାଇବାକୁ  କହିଥିଲେ । ତା’ପରେ  ସତସତିକା ସବୁ ବାକି  ବିଲ୍‌ ସେ ଭରିଥିଲେ ।  ପ୍ରିୟଙ୍କା କହିଛନ୍ତି ‘ସଲ୍ଲୁ  ଏ ବିଷୟରେ ଗଣମାଧ୍ୟକୁ  କିଛି କହିନଥିଲେ ।  ଏହାକୁ ହିଁ କହନ୍ତି ପ୍ରକୃତ ସାହାଯ୍ୟ । ହୃଦୟର ସହ ତାଙ୍କୁ ଧନ୍ୟବାଦ । ସେ କେବଳ କ୍ୟାମେରା  ସାମ୍ନାରେ ଜଣେ ଷ୍ଟାର୍‌ ନୁହଁନ୍ତି, ବାସ୍ତବ ଜୀବନରେ ଷ୍ଟାର୍‌ ।’ ଏ ବିଷୟରେ ରାହୁଲ କହିଛନ୍ତି  ‘ସଲମାନଙ୍କ ବିଷୟରେ ଲୋକେ କହନ୍ତି, ସେ ଏମିତି.. ସେ ସେମିତି, କିନ୍ତୁ ମୋ ପାଇଁ ସେ ଜଣେ  ଭଲ ବ୍ୟକ୍ତି ।’ଷ୍ଟ୍ରୋକ୍‌ର ଶିକାର ହେବା ପରେ ରାହୁଲ କୋଭିଡ୍‌ ଆକ୍ରାନ୍ତ ହୋଇ ଆଇସିୟୁରେ ମଧ୍ୟ  ଥିଲେ । କଥା କହିବାରେ ତାଙ୍କର ସମସ୍ୟା ହେଲା, ଯାହାକୁ ଆଫାସିୟା କୁହାଯାଏ ।

Salman Khan Paid Aashiqui Fame Rahul Roy Hospital Bill After Brain Stroke  Actor Said He Is Real Star | Salman Khan ने चुकाए थे ब्रेन स्ट्रोक के बाद राहुल  रॉय के अस्पताल

ଏହି ସ୍ଥିତିରେ  ବ୍ୟକ୍ତି ଯୋଗାଯୋଗ କରିବାର କ୍ଷମତା ହରାଇଦିଏ । ଏହା ଦ୍ୱାରା ସେ କଥା କହିବା, ଲେଖିବା  ଓ ଭାଷା ବୁଝିବାର ସାମର୍ଥ୍ୟ ହରାଇଦିଏ । ଷ୍ଟ୍ରୋକ୍‌ ଓ ମୁଣ୍ଡରେ ଆଘାତ ଲାଗିବା ପରେ ହଠାତ୍‌  ଆଫାସିୟା ସ୍ଥିତି ଉପୁଜିଥାଏ ।  ରାହୁଲଙ୍କ ଫିଲ୍ମ ‘ଏଲ୍‌ଏସି: ଲିଭ୍‌ ଦ ବ୍ୟାଟେଲ ଇନ୍‌ କାର୍ଗିଲ’ ଗଲୱାନ ଘାଟିର ବାସ୍ତବ ଘଟଣା  ଉପରେ ପର୍ଯ୍ୟବସିତ । ଫିଲ୍ମରେ ସେ ଜଣେ ମେଜର ଭୂମିକା ନିର୍ବାହ କରିଛନ୍ତି । ନିତିନ କୁମାର  ଗୌତମ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ୧୯୯୦ ମସିହାରେ ମୁକ୍ତିପ୍ରାପ୍ତ ମହେଶ ଭଟ୍ଟଙ୍କ ‘ଆଶିକି’  ଜରିଆରେ ରାହୁଲ ବଲିଉଡ୍‌ରେ ପାଦ ଥାପିଥିଲେ । ଫିଲ୍ମର ସଫଳତା ପରେ ସେ ରାତାରାତି ଷ୍ଟାର୍‌  ପାଲଟିଗଲେ । ‘ସପ୍‌ନେ ସାଜନ୍‌ କେ’, ‘ଜାନମ୍‌’, ‘ଜୁନୁନ୍‌’ ଭଳି ଫିଲ୍ମରେ ସେ କାମ କରିଛନ୍ତି ।

wp:embed {"url":"https://www.prameyanews7.com/comedy-nights-with-kapil-fame-atul-parchure-is-battling-cancer/","type":"wp-embed","providerNameSlug":"prameya-news-7"}
https://www.prameyanews7.com/comedy-nights-with-kapil-fame-atul-parchure-is-battling-cancer/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.