ଶାହରୁଖ୍‌ଙ୍କ ଘୁଙ୍ଗୁଡିରେ ଶୋଇପାରିନଥିଲେ ସଲ୍‌ମାନ୍‌, ଖୁଲାସା କଲେ ଭାଇଜାନ୍‌…

Published By : Prameya-News7 Bureau | November 22, 2023 IST

ମୁମ୍ବାଇ ୨୧।୧୧: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଓ ସଲମାନ । ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ନୋକ୍‌ଝୋକ୍‌ । କିନ୍ତୁ ଦୀର୍ଘ ଦିନର ଅଶାନ୍ତି ପରେ ଧିରେ ଧିରେ ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଶାହାରୁଖ ଓ ସଲମାନ ଖାଁଙ୍କ ବନ୍ଧୁତା । ପଠାନ, ଟାଇଗର ୩ରେ ଉଭୟ ଏକାଠି ଅଭିନୟ କରିଥିଲେ । ଆଉ ଦର୍ଶକଙ୍କୁ ଆଟ୍ରାକ୍ଟ କରିବାରେ ହୋଇଛନ୍ତି ସଫଳ ।

{"id":872962,"width":842,"height":632,"sizeSlug":"full","linkDestination":"none"}

ତେବେ ଏହି  ସମୟରେ ସାମ୍ନାକୁ ଆସିଛି ଏକ ମଜାଦାର ଘଟଣା । ଏହାର ଖୁଲାସା କରିଛନ୍ତି ସଲମାନ୍‌ ଖାନ୍ । ବାସ୍ତବରେ ଏହି କଥା ହେଉଛି ଶାହରୁଖଙ୍କ ବିଷୟରେ । ଘଟଣାଟି ହେଉଛି ୧୯୯୫ ମସିହାର । ଅର୍ଥାତ୍ କରନ ଅର୍ଜୁନ ଫିଲ୍ମ ଶୁଟିଂ ସମୟର ଏହି ଘଟଣା । ସଲ୍‌ମାନ କହିଛନ୍ତି କି ଶାହରୁଖ ଜୋରଦାର ଘୁଙ୍ଗୁଡି ମାରନ୍ତି । ୧୯୯୫ରେ ଫିଲ୍ମର ଶୁଟିଂ ସମୟରେ ସେଟରେ ଅନେକ ଅତିଥି ଆସିଥିଲେ ।

{"id":872963,"sizeSlug":"full","linkDestination":"none"}

ଯେଉଁକାରଣରୁ ସେମାନଙ୍କୁ ଗୋଟିଏ ରୁମରେ ବହୁତ ଲୋକଙ୍କ ସହ ରହିବାକୁ ପଡିଥିଲା । କିନ୍ତୁ ଆଗ ଶୋଇପଡିଥିଲେ ଶାହାରୁଖ । ଆଉ ସାଙ୍ଗେସାଙ୍ଗେ ମାରିବାକୁ ଲାଗିଥିଲେ ଘୁଘୁଂଡି । ସେପଟେ ସଲମାନଙ୍କ ସହ ମଧ୍ୟ ଥିଲେ ସୋହେଲ୍‌ । ସେ ମଧ୍ୟ ଶୋଇପାରି ନ ଥିଲେ । ସବୁଠାରୁ ଖାସ୍‌ କଥା ହେଉଛି ଘୁଙ୍ଗୁଡି ମାରୁଥିବାରୁ ସଲମାନ ଶାହରୁଖଙ୍କୁ ଖଟ ଉପରୁ ତଳକୁ ଠେଲି ଦେଇଥିଲେ ।

{"id":872964,"width":838,"height":576,"sizeSlug":"full","linkDestination":"none"}

ସେପଟେ ଏହି କଥାକୁ ଖଣ୍ଡନ କରିଛନ୍ତି ଶାହାରୁଖ । ସେ କହିଛନ୍ତି ସାଇନସ ଅସୁବିଧା ଯୋଗୁ ସେ ସମୟରେ ମୁଁ ଘୁଘୁଂଡି ମାରୁଥିଲି । ଅନ୍ୟଥା କେବେ ବି ଘୁଘୁଂଡି ମାରେନି । ସଲମାନ କିନ୍ତୁ ଶାହାରୁଖଙ୍କ କଥା ନଶୁଣି ତାଙ୍କୁ ଥଟ୍ଟା କରିବାରେ ଲାଗିଥିଲେ । ସୂଚନାଯୋଗ୍ୟ ସଲମାନ-ଶାହାରୁଖ ଅଭିନୀତ କରନ ଅର୍ଜୁନ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମଟି ୧୯୯୫ରେ ରିଲିଜ୍‌ ହୋଇଥିଲା ।

You Can Read:

wp:embed {"url":"https://www.prameyanews7.com/randeep-hooda-to-marry-longtime-girlfriend-lin-laishram/","type":"wp-embed","providerNameSlug":"prameya-news-7"}
https://www.prameyanews7.com/randeep-hooda-to-marry-longtime-girlfriend-lin-laishram/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.