ମାଆ ସମଲେଶ୍ୱରୀଙ୍କ ଧ୍ୱଜା ରୋହଣ, ଦୂର ଦୂରାନ୍ତରୁ ଛୁଟିଲା ଶୁଭେଚ୍ଛାର ସୁଅ

Published By : Prameya-News7 Bureau | October 17, 2024 IST

ସମ୍ବଲପୁର ୧୭/୧୦ : କୁମାର ପୂର୍ଣ୍ଣିମା ଅବସରରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ମା'  ସମଲେଶ୍ଵରୀ ମନ୍ଦିରରେ ନୂତନ ଧ୍ୱଜାରୋହ ରୋହଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଚୂଡ଼ାରେ ରେ ଧ୍ଵଜା ଲାଗିବାପରେ ଶଙ୍ଖ, ଘଣ୍ଟ ଧ୍ୱନି ସହ ମା' ସମଲେଶ୍ୱରୀଙ୍କ ଜୟ ଜୟକାରରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । 

ଗତ ସେପ୍ଟେମ୍ବର ୨୪ ମୂଳାଷ୍ଟମୀରୁ ମା' ସମଲେଶ୍ୱରୀଙ୍କ ଷୋଡ଼ଶ ଉପଚାର  ପୂଜାରମ୍ଭ ହୋଇଥିଲା l  ପୀଠରେ ଚାଲିଥିବା ଶାରଦୀୟ ଦଶହରା ପର୍ବ ପୂର୍ଣ୍ଣିମା ତିଥିରେ ମାଙ୍କର ରାଜରାଜେଶ୍ୱରୀ ବେଶ ଓ ମନ୍ଦିର ଧ୍ଵଜାରୋହଣ ସହ ସମାପନ ହୋଇଛି । ଗତ ୨ ତାରିଖ ମହାଳୟା ଅବସରରେ ମା' ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲେ । ଏହାପରେ ୩ ତାରିଖ ନବଦିନାତ୍ମକ ପୂଜା ଆରମ୍ଭ ହୋଇ ୧୨ ତାରିଖ ମହାଦଶମୀରେ ଆଖଡ଼ା ଓ ରଣଜିତା ଉତ୍ସବ ହୋଇଥିଲା । 

ଏହାପରେ ପୂର୍ଣ୍ଣିମା ତିଥିରେ କୁମାରୋତ୍ସବ ଏବଂ ଗଜଲକ୍ଷ୍ମୀ ପୂଜା ଅବସରରେ ଅପରାହ୍ଣ ୧ଟାରେ ମନ୍ଦିର ପୂଜକମାନେ ମା' ସମଲେଶ୍ୱରୀଙ୍କ ଶ୍ରୀଙ୍ଗାର ବେଶ କରିଥିଲେ । ଏହି ବେଶକୁ ରାଜ ରାଜ ରାଜେଶ୍ୱରୀ ବେଶ ବା ମହାରାଣୀ ବେଶ କୁହାଯାଏ । ସନ୍ଧ୍ୟା ସମୟରେ ମାଙ୍କର ମହା ଆଳତୀ ସରିବା ପରେ ଧ୍ୱଜାରୋହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.