ଅସହ୍ୟ ହେଲା ପ୍ରେମିକାର ନିର୍ଯାତନା, ଜୀବନ ହାରିଦେଲେ ନିରଞ୍ଜନ

Published By : Prameya-News7 Bureau | October 17, 2024 IST

ଭୁବନେଶ୍ୱର ୧୭/୧୦: ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ପ୍ରେମିକାର ନିର୍ଯାତନା ସହି ନ ପାରି ଟ୍ରେନ୍ ଆଗକୁ ଡେଇଁଲେ ପ୍ରେମିକ । ଘଟଣା ଘଟିଛି ସରକନ୍ତରା ଗେଟ ନିକଟରେ । 

ସୂଚନା ଥାଉକି ବୁଧବାର ବିଳମ୍ବିତ ରାତିରେ ଡୁମଡୁମା ଅଞ୍ଚଳର ୨୩ ବର୍ଷୀୟ ନିରଞ୍ଜନ ସାହୁ ଘରୁ ପଳେଇ ଆସିଥିଲେ । କାରଣ 

ବାନ୍ଧବୀଙ୍କ ପରିବାର ଲୋକ ଆସିଲେ ନିରଞ୍ଜନ ଘର ସାମ୍ନାରେ ଝଗଡ଼ା କରିଥିଲେ ଓ ମାରିଦେବାକୁ ଧମକ ଦେଇଥିଲେ। ସେଥିପାଇଁ ଘରୁ ରାତିରୁ ରାଗି ଯାଇ ଚାଲିଆସିଥିଲେ ନିରଞ୍ଜନ । ହେଲେ ସକାଳୁ ଟ୍ରେନ ଟ୍ରାକ୍‌ରୁ ମିଳିଛି ମୃତଦେହ । ସେପଟେ ପରିବାର ଲୋକ ଜାଣିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିି । ଏନେଇ Grp ଥାନାରେ ମାମଲା ରୁଜ୍ଜୁ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.