ସାର୍ତ୍ତୁଲ ପଞ୍ଚାୟତରେ ବାଘ ଆତଙ୍କ, ଭୟରେ ସନ୍ଧ୍ୟା ଆଗରୁ ପଡୁଛି ତାଟି କବାଟ

Published By : Prameya-News7 Bureau | October 17, 2024 IST

ବାଲିଗୁଡା ୧୭।୧୦: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତରେ ବାଘ ଆତଙ୍କ । ଗତ ୫ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି ବାଘ । ଏଥି ଯୋଗୁଁ ଲୋକେ ଭୟରେ ଘରୁ ବାହାରୁନଥିବା ଦେଖିବାକୁ ମିଳିଛି l 

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଅପରାହ୍ନ ୫ଟାରେ ଗ୍ରାମବାସୀ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଲେ l କିଛି ସମୟ ପରେ ପାହାଡ଼ ଆରପଟେ ୪ରୁ ୫ଟି ଛେଳି ମରି ପଡିଥିବା ଦେଖିବାକୁ ମିଳିଥିଲା l ଛେଳି ଗୁଡିକ ଖଣ୍ଡିଆ ଖାବରା ହୋଇ ପଡିଥିଲେ l ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି l ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଛନ୍ତି l ଫଳରେ ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟଭୀତ ହୋଇ ରହୁଛନ୍ତି l ଛେଳି ମରିବା ନେଇ କୋଟଗଡ ରେଞ୍ଜର ବାଲଗୋପାଳ ବେହେରାଙ୍କୁ ଜଣାଇବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି l ତେବେ ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଜନ୍ତୁ ଛେଳି ମାନଙ୍କୁ ମାରିଛି ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର କହିଛନ୍ତି l ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଅଧିକାରୀ ତଦନ୍ତ ଚଳାଇଛନ୍ତି l

You Can Read:

ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ସନ୍ଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.