ଜରାଜୀର୍ଣ୍ଣ ଅବସ୍ଥାରେ ବଜାର ଗୃହ, କିଛି ଗୃହରେ ରହୁଛନ୍ତି ବ୍ୟବସାୟୀଙ୍କ ପରିବାର ; ସେପଟେ କାମରେ ଆସୁନି ଗୋଷ୍ଠୀ ଶୌଚାଳୟ

Published By : Prameya-News7 Bureau | September 29, 2024 IST

ଦାରିଙ୍ଗବାଡି ୨୯।୯: ଜରାଜୀର୍ଣ୍ଣ ଅବସ୍ଥାରେ ବୁଡ଼ାଗୁଡ଼ା ପଞ୍ଚାୟତର କିଛି ବଜାର ଗୃହ । କିଛି ଗୃହରେ ରହୁଛନ୍ତି ବ୍ୟବସାୟୀଙ୍କ ପରିବାର । ସେପଟେ କାମରେ ଆସୁନି ଗୋଷ୍ଠୀ ଶୌଚାଳୟ କେନ୍ଦ୍ର ।

ରାଜ୍ୟ ସରକାର ପଞ୍ଚାୟତର ଉନ୍ନତି ପଞ୍ଚାୟତ ଗୃହ ନିର୍ମାଣ କରିଛନ୍ତି । ବ୍ୟବସାୟୀ ମାନଙ୍କୁ ସୁଦୃଢ କରିବାକୁ ପଞ୍ଚାୟତ ତରଫରୁ ସରପଞ୍ଚଙ୍କ ନିର୍ଦ୍ଦେଶରେ ବ୍ୟବସାୟୀ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ବ୍ୟବସାୟ ଗୃହ ପ୍ରଦାନ କରାଯାଇଥାଏ । ହେଲେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ ପାଇଁ କିଛି ବଜାର ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ବୁଡ଼ାଗୁଡ଼ା ଅଞ୍ଚଳର ସ୍ଥାନୀୟ ବ୍ୟବସାୟୀଙ୍କୁ ବଜାର ଗୃହ ପ୍ରଦାନ ନକରି ବାଲିଗୁଡାର ଜଣେ ଠିକାଦାରଙ୍କୁ ବଜାର ଗୃହ ପ୍ରଦାନ କରାଯାଇଥିଲା । ସେହି ଗୃହ ଖୋଲା ନଯାଇ ଏବେ ଗଛଲତା ମାଡିଯାଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପଞ୍ଚାୟତ ସ୍ଥାନରେ କିଛି ଲୋକ ମନଇଚ୍ଛା ପଥର, ଇଟା, ବାଲି ଗଦାଇଥିବା ଜଣାପଡ଼ିଛି । ଏହାସହ ଘର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଉଛି । ସରପଞ୍ଚ ବାବୁ ସବୁ ଜାଣି କିଛି ଜାଣିନଥିବା କହୁଛନ୍ତି । ସେପଟେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି ସେ ଏସମ୍ପର୍କରେ କିଛି ଜାଣିନାହାନ୍ତି । ଏହାର ତଦନ୍ତ କରାଯିବ ବୋଲି ବିଡ଼ିଓ କହିଛନ୍ତି । 

ଏକଥାରୁ ସରପଞ୍ଚ ଏବଂ ବିଡ଼ିଓଙ୍କ ମଧ୍ୟରେ ତାଳମେଳ ନଥିବା ଜଣାପଡିଛି । ଏହାର ତଦନ୍ତ ପାଇଁ ବ୍ୟବସାୟୀ ଦାବି କରିଛନ୍ତି । ପଞ୍ଚାୟତ ଘରେ କିପରି ବ୍ୟବସାୟୀଙ୍କ ପରିବାର ରହୁଛନ୍ତି, କେତେ ଟଙ୍କା ଦେଉଛନ୍ତି ଘରଭଡା ତାହା ଏବେ ଚର୍ଚ୍ଚାରେ । ସରପଞ୍ଚ ଘର ଭଡା ବାବଦକୁ ଅଲଗା କିଛି ଅର୍ଥ ନେଉନାହାନ୍ତି ତ ? ସେଠାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ଆରମ୍ଭରୁ କାର୍ଯ୍ୟକ୍ଷମ ହେଉନଥିବା ବେଳେ ଲୋକେ ଶୌଚାଳୟ ଚାରିପଟେ ପରିସ୍ରା କରିବା ସହ ମଳତ୍ୟାଗ କରୁଥିବା ଦେଖିବାକୁ ମିଳୁଛି । ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

You Can Read:

ହିଂସା ପରେ କଡ଼ା ସୁରକ୍ଷା ବଳୟରେ ଭଦ୍ରକ ସହର, ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନର ଅପିଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.