ରାସ୍ତାକଡ଼ରୁ ମିଳିଲା ଗଞ୍ଜେଇ ବେପାରୀଙ୍କ ମୃତଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | September 30, 2024 IST

କନ୍ଧମାଳ ୩୦।୦୯ : ଗଞ୍ଜେଇ ବେପାରୀଙ୍କ ମୃତଦେହ ଠାବ । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଜଣେ ଗଞ୍ଜେଇ ବେପାରୀଙ୍କ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ଜ୍ୟୋଷ୍ଠ ବଣ୍ଡକି । ପରିବାର ପକ୍ଷରୁ ଗୋଚ୍ଛାପଡ଼ା ଥାନାରେ ହତ୍ୟା ନେଇ ଅଭିଯୋଗ ହୋଇଛି । 

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ୨୬ ତାରିଖ ଦିନ ମୃତକ ଜ୍ୟୋଷ୍ଠ ବଣ୍ଡକି ଏବଂ ଦାସିରି ଦିଗାଲ ଦୁଇ ଜଣ ମିଶି ଗୋଟିଏ ବାଇକ୍‌ରେ ଗଞ୍ଜେଇ ଧର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଭିମୁଖେ ଆସୁଥିଲେ ।  ଗୋଚ୍ଛାପଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହି ସମୟରେ ଏକ ପାଟ୍ରୋଲିଂ ଗାଡି ସେମାନଙ୍କୁ ଘାଟିରେ କାବୁ କରିଥିଲେ । କିନ୍ତୁ ପୋଲିସ କବଳରୁ ଦାସିରି ଦିଗାଲ ଖସି ପଳାଇଥିଲେ । ତାପରେ ଜ୍ୟୋଷ୍ଠକୁ ପୋଲିସ କାବୁ କରିଥିଲେ ।ଏହାପରେ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ସେ ମରିଯିବାରୁ ତାଙ୍କୁ ଘାଟି ତଳେ ପକାଇ ଦେଇଥିଲେ । ଆଉ ବାଇକ୍‌କୁ ଥାନାକୁ ନେଇଯାଇଥିଲେ । 

ଶେଷରେ ଜ୍ୟୋଷ୍ଠର ମୃତଦେହ ଘାଟି ତଳେ ପଡିଥିବାର ଦେଖି ଗାଁ ଲୋକ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକ । ଏହି ଘଟଣାକୁ ନେଇ ଗୋଚ୍ଛାପଡ଼ା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.