ନଳକୂଅ ଅଚଳ,ଶୋଷ ମେଣ୍ଟାଉଛି ଚୁଆ ପାଣି

Published By : Prameya-News7 Bureau | September 04, 2024 IST

ଦାରିଙ୍ଗବାଡି ୪/୯: ନଳକୂଅ କାମରେ ଆସୁନି । ଗୋଳିଆ ଚୁଆ ପାଣି ଭରସା । ବର୍ଷା ଦିନରେ ପାଣି ପାଇଁ ହାହାକାର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତ ଟକିମାହା ଗାଁର କାଇମାହା ସାହିରେ ଦୀର୍ଘ ବର୍ଷ ଧରି ପିଇବା ପାଣି ପାଇଁ ହୀନସ୍ତା ହେଉଛନ୍ତି ୪୦ରୁ ଅଧିକ ପରିବାର । ଗାଁରେ ପାନୀୟ ଜଳର ସୁବିଧା ପାଇଁ ୨ ଟି ନଳକୂଅ ଖୋଳା ଯାଇଥିଲା । ହେଲେ ଅନେକ ଦିନ ଧରି ଏହା ଅଚଳ ହୋଇପଡିଛି । ବାଧ୍ୟ ହୋଇ ଲୋକେ ଗୋଳିଆ ଚୁଆ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି । ସମସ୍ୟା ସଂପର୍କରେ ପ୍ରଶାସନଠୁ ଆରମ୍ଭ କରି ରାଜନେତା ସମସ୍ତଙ୍କୁ ଦାବି ଜଣାଯାଇଛି । ହେଲେ ଏବେ ଯାଏ କିଛି ପଦକ୍ଷେପ ନିଆଯାଇନି । ଏବେ ନୂଆ ସରକାର ଆସିଛନ୍ତି ଆମ ଦାବି ଶୁଣିବେ । ଗାଁରେ ପାନୀୟ ଜଳର ବ୍ୟବସ୍ଥା କରିବେ ବୋଲି କହିଛନ୍ତି କାଇମାହା ସାହି ବାସିନ୍ଦା । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.