ଓମଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତ ହେଉ ମହାପ୍ରସାଦ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସେବାୟତ

Published By : Prameya-News7 Bureau | October 17, 2024 IST

ପୁରୀ ୧୭।୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଆର ମହାସୁଆର ନିଯୋଗର ସଦସ୍ୟ । ଓମଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ସେବାୟତ ଚିଠି ଲେଖିଛନ୍ତି । 

ଶୁଦ୍ଧ ଦେଶୀ ଗାଈ ଘିଅ, କ୍ଷୀର, ଲହୁଣୀ ଓ ଦହିର ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିରେ ଏକ ଗାଈ ଫାର୍ମ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସେବାୟତ ଚିଠି ଲେଖିଛନ୍ତି । ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

You Can Read:

ରହଣୀ ଦାବିରେ ଅଡିବସିଛନ୍ତି ହବିଷ୍ୟାଳି, ବୃନ୍ଦାବତୀ ନିବାସରେ ଆନ୍ଦୋଳନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.