ଖେଳୁଥିବା ବେଳେ କେନାଲରେ ବୁଡ଼ି ୩ ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | October 13, 2024 IST

କୋଣାର୍କ ୧୩।୧୦: ପୁରୀ ଜିଲ୍ଲା ଗୋପ ବସ୍ତିରେ ଅଘଟଣ । କେନାଲରେ ବୁଡ଼ିଗଲେ ୩ ବର୍ଷ ବୟସ୍କ ଶିଶୁ । ମୃତ ଘୋଷଣା କଲେ ଡାକ୍ତର ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ବସ୍ତି ସାପୁଆ ମହଲରେ କେନାଲରେ ବୁଡ଼ି ଜଣେ ଶିଶୁର ମୃତ୍ୟୁହୋଇଛି । ସ୍ଥାନୀୟ ଅଞ୍ଚଳର ୩ ବର୍ଷର ଆୟନ ଖାନ ଖେଳୁଥିବା ବେଳେ କେନାଲକୁ ଖସିଯାଇଥିଲେ । ଶିଶୁଟି ପାଣିରେ ଭାସୁଥିବା ଦେଖି ପରିବାର ଲୋକେ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

You Can Read:

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ, ଯୋଜନା ଚାଲିଥିବା କହିଲେ ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.