ପାଲ୍ହାଇଟ୍ ଛକରେ ଦୁର୍ଘଟଣା, ଫୁଟ୍‌ପାଥ୍‌ ଉପରେ ଚଢିଗଲା ମର୍ସିଡିଜ୍

Published By : Prameya-News7 Bureau | October 17, 2024 IST

ଭୁବନେଶ୍ୱର ୧୭।୧୦ : ମିସାଇଲ୍ ସାଜିଲା ମର୍ସିଡିଜ୍‌ । ଭାଙ୍ଗି ଚାଲିଲା ଗୋଟିଏ ପରେ ଗୋଟିଏ ଷ୍ଟ୍ରିଟ୍ ଲାଇଟ୍ ପୋଲ୍। ୨୦୦ ଫୁଟ୍ ଯାଏ ଘୋଷାଡି ହୋଇ ଚଢ଼ିଗଲା ଫୁଟପାଥ୍ ଉପରେ। ଆହତଙ୍କୁ ଉଦ୍ଧାର କଲେ ପଥଚାରୀ। ଘଟଣା ସ୍ଥଳରେ ପିସିଆର୍ ଭ୍ୟାନ ଓ ସହିଦ୍ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ନାଲ୍‌କୋ ଛକରୁ ଜୟଦେବ ବିହାର ଅଭିମୁଖେ ଯାଉଥିଲା ମର୍ଶଡିସ୍‌ । କାର୍‌ ପାଲ୍‌ହାଇଟ୍‌ ଛକ କଟିଂ ପୂର୍ବରୁ ହଠାତ୍‌ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢାଯାଇଥିଲା । ପରେ ଗୋଟିଏ ପରେ ଗୋଟିଏ  ଷ୍ଟ୍ରିଟ୍‌ ପୋଲ ଭାଙ୍ଗିବା ସହ ରାସ୍ତାରେ ପାଖାପାଖି ୨୦୦ ଫୁଟ ଯାଏ ଟାଣି ନେଇଥିଲା । ଏହାପରେ ସ୍ଥାନୀୟ ଲୋକ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମଦ୍ୟପାନ କରି ବେପାରୁଆ ଗାଡି ଚାଳନା  ହୋଇଥାଇପାରେ କିମ୍ବା ବ୍ରେକ୍‌ ଫେଲ ଲାଗି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସେପଟେ ସହିଦ ନଗର ଥାନା ପୋଲିସ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.