୨୪ ବର୍ଷ ପାୱାରରେ ଥିଲେ, ସେ ନିଶା ତାଙ୍କର ଆଜି ପର୍ଯ୍ୟନ୍ତ ଛାଡ଼ିନାହିଁ : କୃଷ୍ଣଚନ୍ଦ୍ର ପାତ୍ର

Published By : Prameya-News7 Bureau | October 12, 2024 IST

ଭୁବନେଶ୍ବର ୧୨।୧୦: ବିଜେଡିର ପାୱାର ନିଶା ଏବେ ଯାଏଁ ଛାଡିନି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଲୋକପ୍ରିୟତା ଯଦି କମିନାହିଁ ହାରିଲେ କେମିତି ବୋଲି ପ୍ରଶ୍ନ କଲେ ମନ୍ତ୍ରୀ । ଲୋକମାନେ ହିଁ ସେମାନଙ୍କୁ ହରାଇଲେ, ନା ମନକୁ ହୋଇଗଲା । ସେମାନେ ୨୪ ବର୍ଷ ପାୱାରରେ ଥିଲେ । ତେଣୁ ସେ ନିଶା ଆଜି ପର୍ଯ୍ୟନ୍ତ ତାଙ୍କର ଛାଡ଼ିନାହିଁ । ୨୪ ବର୍ଷରେ ଏମିତି ନିଶା ପିଇଛନ୍ତି ଯେ, ସେ ନିଶା ଜମା ଛାଡ଼ୁନାହିଁ । ସେ ନିଜକୁ ନିଜେ ଚିମୁଟି ହେଉଥିବେ ବୋଧେ, ଯେ ପ୍ରକୃତରେ ପାୱାରରୁ ବାହାରି ଯାଇଛୁ, ନା ସ୍ଵପ୍ନ ଦେଖୁଛୁ । ଏହା ସେମାନେ ଭାବୁଥିବେ ବୋଧେ । ଏପରି କରନ୍ତୁ ନାହିଁ, ପ୍ରାକ୍ଟିକାଲକୁ ଆସନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । 

ବିଜେପି ସରକାର ୫ ବର୍ଷ ରହିବ । ୧୦୦ ଦିନ ଭିତରେ ଆମେ ଯାହା କାମ କରିଛୁ, ଅଦ୍ଭୂତପୂର୍ବ । ୧୦୦ ଦିନ ଭିତରେ ଯେଉଁ ଯୋଜନା ସବୁ ହୋଇଛି, ଅସମ୍ଭବ । ଯାହାକି ବିଜେପି ସରକାର କରି ଦେଖାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read: 

ବର୍ଷା ପାଇଁ ମାର୍କେଟକୁ କମ୍ ପିଆଜ ଆସୁଛି, ଆଗକୁ ଏଭଳି ସମସ୍ୟା ହେବନି : ଯୋଗାଣ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.