ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ : ପ୍ରସନ୍ନ ପଟ୍ଟଶାଣୀ

Published By : Prameya-News7 Bureau | October 15, 2024 IST

ଭୁବନେଶ୍ବର ୧୫।୧୦: ବିଜେଡିର ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ଼ ବୟାନ । ପ୍ରସନ୍ନ କହିଲେ, ମୁଁ ବିଜେଡି ଲୋକ, ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତପଥୀ ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । କିନ୍ତୁ ଭଲ ମନ୍ଦ କିଏ ବୁଝୁଛି । ମୋତେ ଦୁଃଖ ଲାଗୁଛି ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ସେ ପା କହିଥିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି, କାହିଁ କହୁଥିଲେ । ସେ ଭୁଲ, ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ । 

ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୁଦ୍ଧରେ କହୁ ନାହାନ୍ତି । ପାଣ୍ଡିଆନଙ୍କୁ କାହିଁ କହୁଛନ୍ତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ଏତେ କାମ କରୁଛନ୍ତି । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ । ମୁଁ ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।


You Can Read:

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ୍ ଶୋ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.